ସହରାଞ୍ଚଳରେ ଉତ୍କଟ ହେଉଛି ପାନୀୟଜଳ ଓ ପରିମଳ ସମସ୍ୟା : ବଢୁଛି ଜନ ଅସନ୍ତୋଷ !

ଢ଼େଙ୍କାନାଳ: ରାଜ୍ୟର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ । ଯାହା ଢେଙ୍କାନାଳ ଜିଲ୍ଲାର ମଧ୍ଯ ଭାଗ ତଥା ସହରର ଅବବାହିକାରେ ଦେଇ ପ୍ରବାହିତ । । କିନ୍ତୁ ଅବିଶ୍ବାସ ମନେ ହେଉଥିଲେ ସୁଦ୍ଧା ଏହା ସତ୍ଯ ଯେ ସହରର ଜନସାଧାରଣ ଏବେ ମଧ୍ଯ ଉତ୍କଟ ପାନୀୟଜଳ ର ସମସ୍ୟାରେ ଜର୍ଜରିତ ।

ପୌରାପାଳିକା ହେଉ ଅବା ପ୍ରଶାସନିକ ସ୍ଥାଣୁତା ହେଉ ଅବା ରାଜନୈତିକ ଇଚ୍ଛାଶକ୍ତିର ଅଭାବ ହେତୁ ଏହା ଏବେସୁଦ୍ଧା ୯୦ ଦଶକ ସମୟରେ ଅଟକି ଥିବାଭଳି ମନେହୁଏ ।

ପଞ୍ଚାୟତ ସ୍ତରରେ ବସୁଧା ଯୋଜନାରେ ଉଚ୍ଚ ପାଣିଟାଙ୍କି ନିର୍ମାଣ ହୋଇଥିବା ବେଳେ ସହର ଉପକଣ୍ଠ ରେ ଗୋଟିଏ ହେଲେ ସୁଉଚ୍ଚ ପାଣିଟାଙ୍କିଟିଏ ନିର୍ମାଣ ଦେଖିବା ସ୍ବପ୍ନ ହେଇପଡିଛି । ଦିର୍ଘ ବର୍ଷର ପୂରୁଣା ଭୂମି ରେ ସ୍ଥାପିତ ପାଣିଟାଙ୍କି ଦ୍ବାରା ଜଳ ଯୋଗାଣ ହେଉଥିବାରୁ ଅନେକ ସ୍ଥାନ କୁ ପାନୀୟଜଳ ଯୋଗାଣ ସଠିକ ଢଙ୍ଗ ରେ ହୋଇପାରୁନାହିଁ । ପାନୀୟଜଳ ର ସମସ୍ୟା ର ଅସ୍ଥାୟୀ ସମାଧାନ ଲାଗି ଗାଡି ଯୋଗେ ପାନୀୟଜଳ ଯୋଗାଣ ବ୍ୟବସ୍ଥା ଦ୍ବାରା ଲକ୍ଷ ଲକ୍ଷ ଟଙ୍କାର ତେଲ , ଭଡା, ପ୍ରତିବର୍ଷ ପାଣିଟାଙ୍କି କିଣିବା ଓ ପାନୀୟଜଳ ଯୋଗାଣ ସମୟରେ ଅଯଥା ଅର୍ଥ ଖର୍ଚ୍ଚ ଯାହାକି ଅଯଥାରେ ଅର୍ଥ ଶ୍ରାଦ୍ଧ ବୋଲି ଜନସାଧାରଣରେ ଚର୍ଚ୍ଚା ହୋଇଆସୁଛି ।

ସେହିଭଳି ଅନ୍ୟତମ ପ୍ରମୁଖ ସମସ୍ୟା ମଧ୍ଯ ରେ ସହର ପରିମଳ ସମସ୍ୟା ଏବେ ଚିନ୍ତାରେ ପକାଇଛି ଏଠିକାର ବାସିନ୍ଦାମାନଙ୍କୁ ।

ସହରର ଦିର୍ଘ ବର୍ଷ ଧରି ମୁଖ୍ଯ ସମସ୍ୟା ଭାବେ ପରିମଳ ସମସ୍ୟା ମଧ୍ଯ ରହିଆସିଛି । ଏନେଇ ବିଭିନ୍ନ ଗଣମାଧ୍ୟମ ଗୁଡିକରେ ବାରମ୍ବାର ଖବର ପରିବେଷଣ ଓ ଅଭିଯୋଗ ପରେ ବି ସୁଧାର ଆସିପାରିନାହିଁ । ତେବେ ଚଳିତ ବର୍ଷ ନିର୍ବାଚନ ପରେ ନୂତନ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ନିର୍ବାଚିତ ହୋଇଥିବାରୁ ଲୋକମାନଙ୍କର ଆଶା ଓ ଆକାଙ୍କ୍ଷା ବହୁଗୁଣିତ ଅଛି । ଏପରି ସ୍ଥଳେ କିନ୍ତୁ ନିଆଯାଇଥିବା ସମସ୍ୟାର ସୁଧାର ଦିଗରେ ଆଶୁ ପଦକ୍ଷେପ ଧୂଆଁବାଣ ସଦୃଶ ମନେ ହେଉଛି ।

ପୋତା ପଡିଥିବା ଡ୍ରେନ ଗୁଡିକ ଉଦ୍ଧାର ହୋଇପାରିନାହିଁ । ଏମିତିକି ଅଦିନିଆ ବର୍ଷା ହେତୁ ଡ୍ରେନ ଜଳ ରାସ୍ତା ଉପରେ ପ୍ରବାହିତ ହୋଇଥିଲା । ଅନେକ ସ୍ଥାନ ରେ ବର୍ଷାଜଳ ଲହଡି ମାରୁଥିବାର ଦେଖାଯାଇଥିଲା । ମୁଖ୍ଯ ଡ୍ରେନ ର ମୁଖ ଭାଗ ଓ ଶେଷ ଭାଗ ପୋତା ପଡିଥିବାରୁ ନିର୍ମାଣ ପରଠାରୁ ଡ୍ରେନ ଜଳ ରହି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରିଛି ।

ଆଗକୁ ବର୍ଷା ଆସୁଥିବାରୁ ଏବେ ଠାରୁ ବନ୍ଧନବାନ୍ଧିଲେ ସହରର ମୁଖ୍ଯ ରାସ୍ତାରେ ନରଦମା ପାଣି ମାଡି କୃତ୍ରିମ ବନ୍ୟା ଏବଂ ବିଶୁଦ୍ଧ ପାନୀୟଜଳ ପାଇବା ଆଶଙ୍କା ଦେଖା ନ ଦେବ କିଏ ନ କହିବ ?

ଦେଖିବାକୁ ରହିଲା ସହରାଞ୍ଚଳବାସୀ ସମ୍ମୁଖୀନ ହେଉଥିବା
ଦୁଇଟି ମୂଖ୍ଯ ସମସ୍ୟା ପାନୀୟଜଳ ଓ ପରିମଳ ବ୍ୟବସ୍ଥା
ରାଜନୈତିକ ନେତୃବୃନ୍ଦ, ପୌରପରିଷଦ ଓ ଜିଲ୍ଲା ପ୍ରଶାସନ କେବେ ସମାଧାନ କରୁଛି ।

Leave A Reply

Your email address will not be published.

twelve + five =