ଢେଙ୍କାନାଳ : ଦେଓଗାଁ ସ୍ବାସ୍ଥ୍ଯକେନ୍ଦ୍ର ପରିସରରେ ସ୍ବର୍ଗତ ସମ୍ବିତ ନନ୍ଦଙ୍କ ପ୍ରଥମ ଶ୍ରାଦ୍ଧ ଦିବସରେ ସମ୍ବିତ ନନ୍ଦ ମେମୋରିଆଲ ଫାଉଣ୍ଡେସନ ପକ୍ଷରୁ ମାଗଣା ସ୍ବାସ୍ଥ୍ଯସେବା ସହ ଆମ୍ବୁଲାନ୍ସ ଲୋକର୍ପିତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଅମରେନ୍ଦ୍ର ମଲ୍ଲଙ୍କ ତତ୍ବାବଧାନରେ ସଭାକାର୍ଯ୍ଯରେ ମୂଖ୍ଯ ଅତିଥି ପୂର୍ବତନ ଅତିରିକ୍ତ ସଚିବ ତଥା ପୂର୍ବତନ ଜିଲ୍ଲାପାଳ ବାଲେଶ୍ବର ସନାତନ ମଲ୍ଲିକ, ସ୍ବର୍ଗତ ସମ୍ବିତ ନନ୍ଦଙ୍କ ବାପା ତଥା ପୂର୍ବତନ ବିଧାୟକ ନବିନ ନନ୍ଦ, ପୂର୍ବତନ ପ୍ରଫେସର ଅଟଳ ଦାସ, ପୂର୍ବତନ ଢ଼େଙ୍କାନାଳ ଓକିଲ ସଂଘ ସଭାପତି ଦୀପକ ପ୍ରସାଦ ପଟ୍ଟନାୟକ, ସମାଜସେବୀ ଭରତ ଦାସ, ଜିଲ୍ଲା ସୂଚନା ଅଧିକାର ଆବାହକ ପ୍ରିୟବ୍ରତ ଗଡନାୟକ, ପୂର୍ବତନ ସରପଞ୍ଚ ମଙ୍ଗରାଜ ବାରିକ, ପୂର୍ବତନ ସମିତି ସଭ୍ଯ ହିମାଂସୁ ସାହୁ, ଶିକ୍ଷାବିତ ସମୀର ସାହୁ, ବାବା ସତ୍ଯଚୈତନ୍ଯ ସଭାରେ ସମ୍ବିତଙ୍କ ଲୋକାଭିମୂଖୀ କାର୍ଯ୍ଯକ୍ରମ ସଂପର୍କରେ ଆଲୋଚନା କରିଥିଲେ ।
ଏହି କାର୍ଯ୍ଯକ୍ରମରେ ପୂର୍ବତନ ସରପଞ୍ଚ ବାବାଜି ସ୍ବାଇଁ, ପୂର୍ବତନ ସମିତି ସଭ୍ଯ ମାନସ ସାହୁ, ବିଶିଷ୍ଟ ଶିକ୍ଷା ଉଦ୍ଯେଗୀ ଡଃ ରଜନିକାନ୍ତ ତରାଇ, ସ୍ବାସ୍ଥ୍ଯବିତ ଡଃ. ରାଜକିଶୋର ସେଠୀ, ଡଃ ଚନ୍ଦନ ମହାଳିକ, ଅମୀୟ ଚାନ୍ଦ, ପୂର୍ବତନ କାଉନସିଲର ଲିଙ୍ଗରାଜ ସାହୁ ସମେତ ବହୁ ସମ୍ବିତ ନନ୍ଦଙ୍କ ଶୁଭେତ୍ସୁ ଯୋଗଦେଇଥିଲେ ।
ଆମ୍ବୁଲାନ୍ସକୁ ସମ୍ବିତ ନନ୍ଦ ମେମୋରିଆଲ ଫାଉଣ୍ଡେସନ ର ଟ୍ରଷ୍ଟି ସ୍ଵର୍ଗତ ସମ୍ବିତ ନନ୍ଦଙ୍କ ସ୍ତ୍ରୀ ମଧୁସ୍ମିତା ନନ୍ଦ ଉଦଘାଟନ କରି ଗଁଦିଆବାସୀଙ୍କ ସେବା କରି ସମ୍ବିତଙ୍କ ଅମୀୟ ଆତ୍ମାର ସଦଗତି କମନା କରିଥିଲେ ।