ମୋ ପଞ୍ଚାୟତ ମୋ ବ୍ଳକ ମୋ ଜିଲ୍ଲା ବୈଠକ ଅନୁଷ୍ଠିତ ଜିଲ୍ଲାରେ ସାକ୍ଷରତା ହାରକୁ ୮୫ ରୁ ୯୦ ପ୍ରତିଶତ କୁ ବୃଦ୍ଧି କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ !

ଢେଙ୍କାନାଳ :ଜିଲ୍ଲା କାର୍ଯ୍ୟାଳୟସ୍ତ ସଦଭାବନା ସଭା ଗୃହ ଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ମୋ ପଞ୍ଚାୟତ ମୋ-ବ୍ଳକ-ମୋ ଜିଲ୍ଲା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ବୈଠକରେ ଯୋଗଦେଇ ଜନସାଧରଣଙ୍କ ସମସ୍ୟା ସମାଧାନ ଉପରେ ବିଡିଓମାନେ ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ଲାଇନ ଡିପାର୍ଟମେଂଟ ଅଧିକାରୀମାନେ ପ୍ରତ୍ୟକ୍ଷ ଭାବେ ଗସ୍ତ କରି ସେମାନଙ୍କର ସମସ୍ୟା ବୁଝି ସମାଧାନ ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି ।

ଜିଲ୍ଲାର ଜଣେ ଜଣେ ବରିଷ୍ଠ ଅଧିକାରୀ ପ୍ରତ୍ୟେକ ମାସରେ ପ୍ରତି ବ୍ଳକରେ ବୈଠକ ଡାକି ଅଂଚଳବାସୀଙ୍କ ସମସ୍ୟାର ସମ।।ନ ନିମନ୍ତେ ସମୀକ୍ଷା କରୁଛନ୍ତି । ଜିଲ୍ଲାର ପ୍ରାୟ ୭,୦୦୦ ଶିକ୍ଷକ ସ୍ଥାନୀୟ ଅଞ୍ଚଳର ପାଠ ପଢିନଥିବା ଜଣେ ବ୍ୟକ୍ତିଙ୍କୁ ଲେଖାପଢା ଶିଖାଇବାକୁ ପରାମର୍ଶ ଦିଆଯାଇଛି । ଏା ଦ୍ୱାରା ଜିଲ୍ଲାରେ ସାକ୍ଷରତା ହାରକୁ ୮୫ ରୁ ୯୦ ପ୍ରତିଶତ କୁ ବୃଦ୍ଧି କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରଛନ୍ତି । ଆଗାମୀ ୬ ମାସ ମଧ୍ୟରେ ଏହାର ସୁଫଳ ଯେପରି ମିଳିପାରିବ ସେଥିପ୍ରତି ଧ୍ୟାନ ଦେବାକୁ ସେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କହିଛନ୍ତି ।

ସେହିପରି ଜିଲ୍ଲାରେ ୨୨୦୦ ଅଙ୍ଗନୱାଡିକେନ୍ଦ୍ରର ସମସ୍ତ ଅଙ୍ଗନୱାଡି କର୍ମୀ ଜଣେ ଜଣେ ଅପପୁଷ୍ଟି ଓ ପାଠରେ ଦୁର୍ବଳ ଥିବା ପିଲାଙ୍କୁ ପୋଷ୍ୟଭାବେ ଗ୍ରହଣ କରି ତାର ବିଶେଷ ଯତ୍ନ ନେବାକୁ ପରାମର୍ଶ ଦେଇଛ୍‌ନ୍ତି । ଉତା ପାଉନଥିବା ବିଧବା ମାନଙ୍କୁ ବିଡିଓ ମାନେ ଯଥାଶୀଘ୍ର ଭତା ପ୍ରଦାନ ନିମନ୍ତେ ବିହିତ ବ୍ୟବସ୍ଥା କରିବାକୁ କହିଛନ୍ତି ।

ବୈଠକରେ ବିଦ୍ୟାଳୟର ଉନ୍ନତିକରଣ , ଆଶୀର୍ବାଦ ଯୋଜନାରେ ପିଲାମାନଙ୍କ ସହାୟତା, ସମସ୍ତ ଅଙ୍ଗନୱାଡି କେନ୍ଦ୍ରକୁ ଜଳ ଯୋଗାଣ, ବିଦ୍ୟୁତ ସରବରାହ, ମୋ ଉପକାରୀ ବଗିଚା କରିବା, ଶୌଚାଳୟ ନିର୍ମାଣ, ପାଠପଢା ଛାଡି ସ୍କୁଲ ଆସୁନଥିବା ପିଲାଙ୍କୁ ସ୍କୁଲ ଆଣିବାରେ ବ୍ୟବସ୍ଥା କରିବା, ବର୍ଷା ଦିନେ ବୃକ୍ଷ ରୋପଣ କରିବା,ପ୍ରତ୍ୟେକ ପଞ୍ଚାୟତରେ ମଡେଲ ପାର୍କ, ପୋଖରୀ ଓ ମାଟିରାସ୍ତା ନିର୍ମାଣ,ଖାଉଟି ସାମଗ୍ରୀ ଯୋଗାଣ, ମନରେଗା ଅଧିନରେ କାର୍ଯ୍ୟର ଅଗ୍ରଗତି, ଫଳ, ପନିପରିବା, ଶସ୍ୟ ଜାତୀୟ ଚାଷ ଆଦି ସମ୍ପର୍କରେ ବିଷଦ ତଆଲୋଚନା କରାଯାଇଥିଲା ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାଶ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନ, ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧାରାଣୀ ଧଳ,କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ, ହିନ୍ଦୋଳ ଉପଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ବିଡିଓ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

two × 2 =