ଢେଙ୍କାନାଳ : ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ବୈଠକରେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ର ଉନ୍ନତିକରଣ , ସ୍ବାସ୍ଥ୍ୟକେନ୍ଦ୍ର ନିମନ୍ତେ ଅଧିକ କର୍ମଚାରୀ, ଅସ୍ତ୍ରୋପଚାର ଗୃହର ନବୀକରଣ, ନୂତନ ଶବଗୃହ ନିର୍ମାଣ, ସାଇକେଲ ଷ୍ଟାଣ୍ଡ, ଶିଶୁ ଉଦ୍ୟାନ, ସଭାଗୃହ ନିର୍ମାଣ, ଡାକ୍ତର ବାସଗୃହ ଓ କାର୍ଯ୍ଯାଳୟର ଉନ୍ନତିକରଣ, ରୋଗୀମାନଙ୍କ ଲାଗି ଦୁଇଟି ଶୀତତାପ ନିୟନ୍ତ୍ରିତ କକ୍ଷ(ଗୋଟିଏ ପୁରୁଷ ଓ ଗୋଟିଏ ମହିଳା) ବ୍ୟବସ୍ଥା ଏବଂ ଅନ୍ଯାନ୍ଯ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା ।
ଏହି ବୈଠକର ଅଧ୍ୟକ୍ଷତା କରିଥିଲେ ରୋଗୀ କଲ୍ୟାଣ ସମିତି ଅଧ୍ୟକ୍ଷ ଖଣି ଓ ଇସ୍ପାତ ଏବଂ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ । ଉପସ୍ଥିତି ରହିଥିଲେ ଭୁବନ ଏନଏସି ନଗରପାଳ ଶୁଭେନ୍ଦୁ କୁମାର ସାହୁ, ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ, ବିଡିଓ ଆଶିର୍ବାଦ ପରିଡା, ମେଡିକାଲ ଅଫିସର ଡା. ରମେଶ ଚନ୍ଦ୍ର ସାହୁ, ଡା. ମନୋଜ କୁମାର ମହାନ୍ତି, ବ୍ଲକ ଆକାଉଣ୍ଟ ଅଫିସର ଶୁଭକାନ୍ତ ଆଚାର୍ଯ୍ଯ ସମେତ ରୋଗୀ କଲ୍ୟାଣ ସମିତିର ସଦସ୍ଯ ଓ ସ୍ବାସ୍ଥ୍ୟକେନ୍ଦ୍ର ର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।