ଜଙ୍ଗଲି ବାରାହା ମାରିବାକୁ ଖଞ୍ଜାଯାଇଥିବା ବମ କୁ ଖାଇ ଭାଲୁ ର ମୃତ !

ଢ଼େଙ୍କାନାଳ: ଢେ଼ଙ୍କାନାଳ ବନଖଣ୍ଡର, ଷଡ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ, ବେଗା ସଂରକ୍ଷିତ ଜଙ୍ଗଲ ଭିତରର ଦୃଶ୍ୟ। ଚିର ନିଦ୍ରାରେ ଶୋଇ ଯାଇଛି ଏକ ଜଙ୍ଗଲି ଭାଲୁ।

ବେଗା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ପ୍ରତିଦିନ ବାରାହା ଶିକାର କରିବା ପାଇଁ ରାତିରେ ଶିକାରୀ ମାନେ ବମ୍ ରଖିଥାନ୍ତି। ବାରାହା ହରିଣ ,ଠେକୁଆ ଓ ଜଙ୍ଗଲି ପଶୁମାନେ ପାହାଡ଼ ତଳକୁ ପାଣି ପିଇବା ପାଇଁ ଆସିଲା ବେଳେ ଏହି ବମ୍ କୁ ପାଟିରେ କାମୁଡି ଦିଅନ୍ତି। ଫଳରେ ବାରାହା ର ମୃତ୍ୟୁ ହୁଏ। ରାତାରାତି ବନ୍ୟଜନ୍ତୁ ଶିକାର କରି ଶିକାରୀ ହେଉଛନ୍ତି ମାଲାମାଲ।

କିନ୍ତୁ ବେଳେବେଳେ ଭାଲୁ,ବିଲୁଆ ,କୁକୁର ମାନେ ଏହିପରି ଶିକାର ହୁଅନ୍ତି। ଏହି ଭାଲୁଟିର ଏହି କାରଣ ରୁ ମୃତ୍ୟୁ ଘଟିଛି। ବନ ବିଭାଗର ମନମାନି ପାଇଁ କେତେଯେ ନିରୀହ ଜଙ୍ଗଲୀ ପଶୁ ମରୁଛନ୍ତି ତାହାର ହିସାବ ନାହିଁ । ଯଦି ବନ ବିଭାଗ ଏହାର ତୁରନ୍ତ ପଦକ୍ଷପ ନେଇ ଉକ୍ତ ଭାଲୁ ମୃତ୍ୟୁର ତଦନ୍ତ ନ କରନ୍ତି ତାହାଲେ ଆଗାମୀ ଦିନରେ ଜନ ଆନ୍ଦୋଳନ କୁ ଏଡାଇ ଦିଆଯାଇ ନ ପାରେ । ବେଗା ସଂରକ୍ଷିତ ଜଙ୍ଗଲ ରୁ ଶିକାର ବନ୍ଦ କରାଯାଉ ବୋଲି ବେଗା ପଞ୍ଚାୟତ ର ପୂର୍ବତନ ସରପଞ୍ଚ ସମେତ ଜନସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

13 − one =