ହେଉନି ମରାମତି, ଅଚଳ ହୋଇ ପଡ଼ିଛି ନଳକୂପ

ଢ଼େଙ୍କାନାଳ: ଭୁବନ ବ୍ଲକ ଅନ୍ତର୍ଗତ ଓଡିଶ ପଞ୍ଚାୟତ ମାହାନ୍ତ ସାହିରେ ନଳକୂପ ଅଚଳ ହୋଇପଡ଼ିଛି I ପଞ୍ଚାୟତ ଚାରି ନମ୍ବର ୱାର୍ଡ ମାହାନ୍ତ ସାହିରେ ଗୋଟିଏ ମାତ୍ର ନଳକୂପ ରହିଚି I ଏହି ନଳକୂପ ଉପରେ ସାହି ସାରା ନିର୍ଭର କରୁଥିବା ବେଳେ ଛଅ ମାସ ହେବ ଅଚଳ ହୋଇଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି Iଦିନକୁ ଦିନ ତାପମାତ୍ରା ଯେତିକି ବଢୁଚି ପାନୀୟଜଳ ସଙ୍କଟ ଦେଖା ଦେବାରେ ଲାଗିଛି I ଖୁବ୍ ଶୀଘ୍ର ମରାମତି କରିବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି I

Leave A Reply

Your email address will not be published.

12 − 8 =