ହିନ୍ଦୋଳ ବ୍ଲକ କଡ଼ଲା ଗ୍ରାମ କୁ ଦୀର୍ଘବର୍ଷ ପରେ ମଧ୍ୟ ନାହିଁ ରାସ୍ତା !

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ସ୍ବାଧୀନତାର ୭୫ ବର୍ଷ ପରେବି ନିତିଦିନିଆ ରାସ୍ତା ସାତସପନ । ଖବରରୁ ଜଣାପଡିଛି ହିନ୍ଦୋଳ ବ୍ଲକ କଡ଼ଲା ଗ୍ରାମପଂଚାୟତକୁ କନ୍ତିମିଲି ଛକଠାରୁ ବଡମୁଣ୍ଡା ଗ୍ରାମ ନିର୍ମଳ ପ୍ରାଥମିକ ସ୍କୁଲ ପର୍ଯ୍ୟନ୍ତ ରାସ୍ତା ଅଣ୍ଟାଏ ଗଭୀର ଖାଲଖମଣା ରେ ପରିପୂର୍ଣ୍ଣ । ଏହି ରାସ୍ତା ଏବେ ଗ୍ରାମ୍ୟ ଉର୍ଣ୍ଣୟନ ବିଭାଗ ହାତରେ ଥିଲେ ମଧ୍ୟ କିଛି ମାସ ପୂର୍ବରୁ ଗ୍ରାମପଂଚାୟତ ହାତରେ ଥିଲା । ଅଞ୍ଚଳବାସୀଙ୍କ ତରଫରୁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ତଳସ୍ତରରୁ ଉପଖଣ୍ଡ, ଜିଲ୍ଲା ସ୍ତରୀୟ ନିର୍ବାଚିତ ନେତା,ବିଭାଗୀୟ ଅଧିକାରୀ କେହି କର୍ଣ୍ଣପାତ କରୁନାହାନ୍ତି। କଳେବଳେ କୌଶଳେ ଭୋଟ ପାଇ ଜିତିଯିବା ପରେ ନଜରଅନ୍ଦାଜ କରିବାସହ ନିର୍ବାଚିତ ପ୍ରତିନିଧିମାନେ ନିଜର ଦାୟିତ୍ୱ ଭୁଲି ସ୍ୱାଛନ୍ଦ୍ୟ ଜୀବନଯାପନ ବିତାଉଥିବାବେଳେ ଜନସାଧାରଣଙ୍କ ପ୍ରତି କର୍ତ୍ତବ୍ୟ ଭୁଲି ଯାଉଛନ୍ତି । ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ ମାନଙ୍କ ଆଜି ପର୍ଯ୍ୟନ୍ତ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନାହିଁ । ଫଳରେ ଏହି ରାସ୍ତା ଦେଇ ଯାତାୟତ କରୁଥିବା ହଜାର ହଜାର ଜନସାଧାରଣ, ଛାତ୍ରଛାତ୍ରୀ, ରୋଗୀ,ବାଇକ ମୋଟର ପଥଚାରି ନିଜ ଜୀବନକୁ ବାଜି ଲଗେଇ ଭାଗ୍ୟକୁ ଆଦରି ଯାତାୟତ କରୁଛନ୍ତି । ଆହୁରି ମଧ୍ୟ ଏହି ଖରାପ ରାସ୍ତା ପାଇଁ ଗ୍ରାମକୁ ଲଷ୍ମୀ ବସ, ଆମ୍ବୁଲାନ୍ସ ଆସିପାରୁନଥିବାବେଳେ ହଟାତ ଦେହ ଖରାପ ହେଲେ ନିକଟସ୍ଥ ମେଡିକାଲ ଯିବାପାଇଁ ହଟାତ ସୁବିଧା ନପାଇ ରୋଗୀମାନଙ୍କର ଜୀବନହାନି ଆଶଙ୍କା ରହୁଛି । ଏଠାରେ ଏକପ୍ରକାରେ ସରକାରୀ ଯୋଜନା ଫେଲ ମାରିଥିବାବେଳେ ଏବେବି ଗରିବ ଭୋଟର ସରକାରୀ ସୁବିଧାରୁ ବଞ୍ଚିତ ଅଛନ୍ତି । ଏଣୁ ତୁରନ୍ତ ସ୍ଥାନୀୟ ଛୋଟରୁ ବଡ଼ ନିର୍ବାଚିତ ଜନପ୍ରତିନିଧି, ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଭୋଟରଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ନିତିଦିନିଆ କଂକ୍ରିଟ କିମ୍ବା ପିଚୁ ରାସ୍ତା ନିର୍ମାଣ କରାଇବାକୁ ଭୋଟର ତଥା ଜନସାଧାରଣଙ୍କ ସମସ୍ୟା ଦୂର କରିବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.

14 + four =