ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ !

ଢେଙ୍କାନାଳ, : ଜିଲ୍ଲା କାର୍ଯ୍ୟାଳୟସ୍ଥ ସଦଭାବନା ଗୃହ ଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଖଣି,ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ ସମ୍ଭାବ୍ୟ ବନ୍ୟାକୁଦୃଷ୍ଟିରେ ରଖି ଜିଲ୍ଲାରେ ଥିବା ସମସ୍ତ ବହୁମୁଖୀ ଆଶ୍ରୟ ସ୍ଥଳୀ ଗୁଡିକୁ ପ୍ରସ୍ତୁତ ରଖି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଲୋକମାନଙ୍କ ଧନଜୀବନ ରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦେବା ସହିତ ପଶୁପକ୍ଷୀ, ଗୃହପାଳିତ ପଶୁ ଆଦିଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହେବା ସହିତ ଫସଲର ରକ୍ଷଣା ବେକ୍ଷଣ ଉପରେ ଧ୍ୟାନ ଦେବାକୁ କରିଛନ୍ତି ।

ବନ୍ୟା,ବାତ୍ୟା, ମରୁଡି, ବଜ୍ରପାତ ଆଜି ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବା ନିମନ୍ତେ ଜନସାଧାରଣଙ୍କୁ ସଚେତନ କରିବାକୁ କହିଛନ୍ତି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ ଜିଲ୍ଲାରେ ଥିବା ବିପଦ ସଙ୍କୁଳ ଦୁର୍ବଳ ନଦୀବନ୍ଧ ଗୁଡିକୁ ଚିହ୍ନଟ କରି ବିହିତ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ବିଭାଗୀୟ ଅଧିକାରୀମାନେ ସହଯୋଗ ମନୋଭାବ ନେଇ କାର୍ଯ୍ୟ କରି ଜିଲ୍ଲାବାସୀହ୍‌କର ଧନ ଜୀବନ ରକ୍ଷା ଦିଗରେ ସହାୟକ ହେବାକୁ ଆଶାବ୍ୟକ୍ତ କରିଛନ୍ତି ।

ସରକାରଙ୍କ ପକ୍ଷରୁ ପୂର୍ବ ପ୍ରସ୍ତୁତି ଯୋଗୁ ବନ୍ୟା,ବାତ୍ୟା, ମରୁଡିତ ବଜ୍ରପାତ ପରି ବିପର୍ଯ୍ୟୟକୁ ବହୁ ମାତ୍ରାରେ ମୁକାବିଲା କରାଯାଇପାରୁଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।ଜିଲ୍ଲାର ସମସ୍‌ାତ ୮ଟି ବହୁମୁଖୀ ଆଶ୍ରୟସ୍ଥଳୀ ସହିତ ଆବଶ୍ୟକ ସ୍ଥଳେ ବିଭିନ୍ନ ସ୍କୁଲ, କଲେଜ,ଅଫିସ ବିଲଡିଙ୍ଗ, ଅଙ୍କବାଡି କେନ୍ଦ୍ର ଗୁଡିକ ମଧ୍ୟ ପ୍ରସ୍ତୁତ ରଖିବାକୁ ସେ ବିଡିଓ ଓ ତହସିଲଦାର ମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଆବଶ୍ୟକ ହେଲେ ସ୍ଥାନୀୟ ବାସୀନ୍ଦାଙ୍କୁ ସ୍ଥାନାନ୍ତରଣ, ଉଦ୍ଧାର ଓ ସହାୟତା ପାଇଁ ସ୍ଥାନୀୟ ସ୍ୱେଚ୍ଛାସେବୀମାନଙ୍କର ସହଯୋଗ ନେବାକୁ କହିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବା ନିମନ୍ତେ ଡାକବାଜି ଯନ୍ତ୍ର ଦ୍ୱାରା ଜନସାଧାରଣଙ୍କୁ ସଚେତନ କରିବାକୁ ଜିଲ୍ଲାପାଳ ଅଧିକାରିମାନଙ୍କୁ ପରାମର୍ଶ ଦେଇଛନ୍ତି । ବନ୍ୟା,ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପରେ ଅତ୍ୟାବଶ୍ୟକ ସେବା, ଟ୍ରାଫିକ ବ୍ୟବସ୍ଥା ସ୍ୱାଭାବିକ କରି ଓ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ସମସ୍ତ ପ୍ରକାର ତବ୍ୟବସ୍ଥା କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଲୋଗାନୟାଗୀ ଦିବ୍ୟା ଭି ପ୍ରକାଶ କରିଛନ୍ତି ।

ଜିଲ୍ଲା ଉପଖଣ୍ଡ ବ୍ଳକରେ ଫ୍ଲଡ କଣ୍ଟ୍ରୋଲ ରୁମର କାର୍ଯୟକାରିତା, ଦୁର୍ବଳ ନଦୀବନ୍ଧର ମରାମତି, ବନ୍ୟାପ୍ଲାବିତ ଅଂଚଳରେ ଡଙ୍ଗା ବ୍ୟବସ୍ଥା, ସହରାଞ୍ଚଳରେ ନାଳ ନର୍ଦ୍ଦମା ସଫା, ଶୁଖଲା ଖାଦ୍ୟ ଓ କିରୋସିନି ତେଲ , ଆବଶ୍ୟକ ଔଷଧ ମହଜୁଦ, ପାନୀୟ ଜଳ ବ୍ୟବସ୍ଥା, ପଲିଥିନ ଯୋଗାଣ, ଯୋଗାଯୋଗ ବ୍ୟବସ୍ଥା ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକ ପ୍ରାରମ୍ବରେ ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାଶ ସ୍ୱାଗତ ଭାଷଣ ଦେବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ବୈଠକରେ ସାଂସଦଙ୍କ ପ୍ରତିନିଧି ପ୍ରତାପ ଦାସ , ବିଧାୟକ ପରଜଙ୍ଗଙ୍କ ପ୍ରତିନିଧି,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ନିର୍ଦ୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନ, ସମସ୍ତ ଉପଜିଲ୍ଲାପାଳ,ସମ୍ପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଡିଓ, ତହସିଲଦାର ଓ ଓଡ୍ରାଫର ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

15 + 16 =