ଢେଙ୍କାନାଳ : ଭୁବନ ବ୍ଲକ ଭୁଷଳ ରେ ଭିଡକନ ସଂସ୍ଥା ପକ୍ଷରୁ ଏକ ସଭା ଅନୁଷ୍ଠିତ ହୋଇଯାଇଛି ।
ସଞ୍ଜୟ ମହାନ୍ତଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ସଂସ୍ଥାର ପ୍ରତିଷ୍ଠାତା ମହମଦ ତାରିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଡିଶା ମୁଖ୍ୟ ସୁବ୍ରତଦାସ ମୁଖ୍ୟ ବକ୍ତା ଢେଙ୍କାନାଳ ଜିଲ୍ଲାର ମୁଖ୍ୟ ରାକେଶ କୁମାର ସାହୁ ଯୋଗ ଦେଇ ତିନିଟି ଜିଲ୍ଲାର ଡିଷ୍ଟ୍ରିବ୍ୟଟର ଓ ରିଟେଲର ମାନଙ୍କୁ ସଂସ୍ଥା ଦ୍ୱାରା ସାଧାରଣ ଜନତାଙ୍କୁ ଯୋଗାଇ ଦିଆଯାଉଥିବା ସେବା ସଂର୍ପକରେ ବୁଝାଇଥିଲେ ।
ବମ୍ବେ ଠାରେ ମାତ୍ର ୧୭୨ ଜଣଙ୍କୁ ନେଇ ଆରମ୍ଭ ହୋଇଥିବା ସେବା ସଂସ୍ଥା ଆଜି ୫୦୦୦ରେ ପହଞ୍ଚି ପାରିଛି ଯାହାକି ଓଡିଶାର ୨୪ ଟି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ସେବା ଯୋଗାଇ ପାରିଛି । ବିଶେଷ କରି ଆର୍ଥିକ ଅନୁନତ ଅଞ୍ଚଳରେ ସେବା ଯୋଗାଇବାରେ ଏହି ସଂସ୍ଥା ବେଶ ଆଗୁଆ ହୋଇ ପାରିଛି ବୋଲି ଜଣାଯାଇଛି ।