ଜିଲ୍ଲାସ୍ତରୀୟ ଜାତୀୟ ଡେଙ୍ଗୁ ଦିବସ ପାଳନ !

ଢେଙ୍କାନାଳ : ଜିଲ୍ଲସ୍ତରୀୟ ଜାତୀୟ ଡେଙ୍ଗୁ ଦିବସ ପାଳନ ଓ ଡେଙ୍ଗୁ ରୋଗର ନିୟନ୍ତ୍ରଣ ପାଇଁ ଭିଡିଓ କନଫରେନ୍ସ ଜରିଆରେ ଆନ୍ତଃ ସମନ୍ୱୟ କମିଟି ବୈଠକ ଜିଲ୍ଲା ଭେକ୍ଟର ବାହିତ ରୋଗ ଅଧିକାରୀ ଢେଙ୍କାନାଳ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆନୁକୁଲ୍ୟରେ ଆୟୋଜିତ ଡେଙ୍ଗୁ ରୋଗର ନିରାକରଣ ସମ୍ପର୍କିତ ଭିଡିଓ କନଫରେନ୍ସ ଜରିଆରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ଅଶୋକ କୁମାର ଦାଶ ଅଧ୍ୟକ୍ଷତା କରି କହିଥିଲେ ଢେଙ୍କନାଳ ଜିଲ୍ଲାରେ ଡେଙ୍ଗୁ ରୋଗର ପ୍ରାଦୁର୍ଭାବ ବହୁଳ ପରିମାଣରେ କମି ଯାଇଛି । ଏଥିପାଇଁ ସମସ୍ତେ ମିଳିମିଶି କାମକଲେ ଡେଙ୍ଗୁ ରୋଗକୁ ଦୂର କରାଯାଇପାରିବ ।

ସେ ଜିଲ୍ଲାର ସମସ୍ତ ଅଧିକାରୀ, କର୍ମକର୍ତା ଓ ବ୍ଳକର ସମସ୍ତ ଅଧିକାରୀ, କର୍ମକର୍ତା, ଶିଳ୍ପସଂସ୍ଥା, ଅଣ ବେସରକାରୀ ସଂସ୍ଥା, ମେଡିକା୍‌ଲ ଅଫିସର ଓ କର୍ମକର୍ତାମାନଙ୍କ ପରାମର୍ଶ ଦେଇ କହିଥିଲେ ନିଜ ନିଜ ସ୍ଥାନ ମାନଙ୍କରେ ଓ ଆଶା, ଅଙ୍ଗନୱାଡି କର୍ମୀ,ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ନେଇ କିପରି ଲୋକମାନଙ୍କୁ ସଚେତନ କରିହେବ ଓ ରୋଗ ଚିହ୍ନଟ , ପ୍ରତିକାର ବ୍ୟବସ୍ଥା, ଘର ଚାରିପାଖ ସଫାସୁତରା ରଖିବା ପାଇଁ କହିଥିଲେ ।

ସେ କହିଥିଲେ ଢେଙ୍କାନାଳ ଜିଲ୍ଲାରେ ୨୦୧୩ରେ ୪୧୬ ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିଲେ, ୨୦୧୪ରେ ୨୭୪ଜଣ, ୨୦୧୫ରେ ୪୪ ଜଣ, ୨୦୧୬ରେ ୧୧୭ ଜଣ, ୨୦୧୭ରେ ୫୧ ଜଣ, ୨୦୧୮ରେ ୬୧ ଜଣ, ୨୦୧୯ରେ ୯୬ ଜଣ, ୨୦୨୦ରେ ୬ ଜଣ, ୨୦୨୧ରେ ୫୧ ଜଣ ଓ ୨୦୨୨ ବର୍ତମାନ ସୁଦ୍ଧା ମାତ୍ର ୪ ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି କିନ୍ତୁ ଏହି ବର୍ଷ ମାନଙ୍କରେ କାହାରି ଡେଙ୍ଗୁରେ ମୃତୁୟ ମୁଖରେ ପଡିନଥିଲେ । ଜିଲ୍ଲା ମୁଖ୍ୟ ଚକିତ୍ସାଳୟ ଢେଙ୍କାନାଳର ଦ୍ୱିତୀୟ ମହଲା ୯୩ ନଂ.କୋଠରୀରେ ଡେଙ୍ଗୁ ପରୀକ୍ଷା ମାଗଣାରେ କରାଯାଉଅଛି ବୋଲି ସୂଚନା ଦେଇଥିଲେ ।

ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶ ଦାତା ତପନ କୁମାର ସାହୁ ଡେଙ୍ଗୁ ରୋଗର ଲକ୍ଷଣ ଓ ପ୍ରତିକାର ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଜ୍ୱର ସହ ଭୀଷଣ ହାତ ଓ ଗଣ୍ଠି ବିନ୍ଧ୍‌ା, ଦେହରେ ଲାଲା ଦାଗ ଦେଖାଦେବା, ଅନେକ କ୍ଷେତ୍ରରେ ବାନ୍ତି ଓ ମୁଣ୍ଡବିନ୍ଧା ହେବା ଲକ୍ଷଣ ଦେଖାଯାଏ । ଏହିପରି ଲକ୍ଷଣ ଦେଖିବା ମାତ୍ରେ ଅତିଶୀଘ୍ର ନିକଟସ୍ଥ ସ୍ୱାସ୍ଥ୍ୟ କର୍ମୀ କିମ୍ବା ଡାକ୍ତରଖାନାରେ ପରାମର୍ଶ କରି ରୋଗ ଚିହ୍ନଟ ଓ ପ୍ରତିକାର ବ୍ୟବସ୍ଥା କରିବା ପାଇଁ ସେ କହିଥିଲେ ।

ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ଜ୍ୟୋତିଷ ଚନ୍ଦ୍ର ମହାପାତ୍ର କରିଥିଲେ ପାଣି ରଖିଥିବା ପାତ୍ର, ଟାଙ୍କି,ରୁମକୁଲର ଇତ୍ୟାଦି ଦୁଇ/ତିନି ଦିନରେ ଥରେ ସଫାକରି ପାଣି ବଦଳାଇ ଦେବାପାଇଁ ପରାମର୍ଶ ଦେଇଥିଲେ । ନିୟମିତ ମଶାରୀ ବ୍ୟବହାର କରିବେ ଓ ପୁରା ଦେହକୁ ଘୋଡାଇ ରଖିଲା ପରି ପୋଷାକ ପିନ୍ଧିବେ । ସେ ବାହାର ରାଜ୍ୟର ଆମ ଜିଲ୍ଲାକୁ ଆସୁଥିବା ଲୋକମାନଙ୍କ ଉପରେ ନଜର ରଖିବା ପାଇଁ କହିଥିଲେ । ଜିଲ୍ଲା ଭେକ୍ଟର ବାହିତ ରୋଗ ଅଧିକାରୀ ଡା.ହିମାଂଶୁ ଶେଖର ହେମ୍ବ୍ରମ, ଡେଙ୍ଗୁ ରୋଗର ଚିକିତ୍ସା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଡେଙ୍ଗୁ ରୋଗପାଇଁ କୌଣସି ପ୍ରତିଷେଧକ ଟୀକା ବା ଔଷଧ ନାହିଁ । ଲକ୍ଷଣକୁ ଦେଖି ଡେଙ୍ଗୁ ରୋଗର ଚିକିତ୍ସା କରାଯାଏ । ଅତ୍ୟଧିକ ଜ୍ୱ୍ୱର ହେଲେ ପାରାସିଟାମଲ ବଟିବା ଦେବା ସହ ମଥାରେ ପାଣିପଟି ପକାଇବ ଓ ଓଦା ତଉଲିଆର ଦେହ ହାତ ପୋଛିବା ଦ୍ୱାରା ତାପମାତ୍ରା କମିଥାଏ ବୋଲି କହିଥିଲେ ।

ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଲାବୋରେଟାରୀ ପରୀକ୍ଷକ ଏସ୍‌.ଏସ.ରହିମ, ଜିଲ୍ଲା ମ୍ୟାଲେରିଆ ବିଭାଗର ହିସାବ ରକ୍ଷକ ସୁକାନ୍ତ କୁମାର ନନ୍ଦ, ଅମିୟ ରଞ୍ଜନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ବ୍ଳକ ଓ ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମକର୍ତା ଭିଡିଓ କନଫରେନ୍ସରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

three + 20 =