ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଶିକ୍ଷଣ ଶିବିର ପରିଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ !

ଢେଙ୍କାନାଳ:କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳକୁ ଏକ ଦିନିକିଆ ଗସ୍ତରେ ଆସି ସ୍ଥାନୀୟ ଭଗବାନପୁରସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଚାଲିଥିବା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଥମ ବର୍ଷ ପ୍ରଶିକ୍ଷଣ ଶିବିର ପରିଦର୍ଶନ କରିଥିଲେ ।

ସେଠାରେ ସଂଘର ଅଧିକାରୀ ଓ ସ୍ୱୟଂ ସେବକଙ୍କ ଗହଣରେ କିଛି ସମୟ ଅତିବାହୀତ କରିଥିଲେ । ଏହି ଗସ୍ତ ସମୟରେ ଜିଲ୍ଲା ବିଜେପି ତରଫରୁ ପୂର୍ବତନ ମନ୍ତ୍ରୀ ତଥା ହିନ୍ଦୋଳ ପୂର୍ବତନ ବିଧାୟକ ଅଂଜଳି ବେହେରାଙ୍କ ନେତୃତ୍ୱରେ ଶତାଧିକ କର୍ମୀଙ୍କ ଦ୍ୱାରା କାମାକ୍ଷା ଛକ ଠାରେ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ରତ୍ନ ବଜାର ଠାରେ ଜିଲ୍ଲା ସାଧାରଣ ସମ୍ପାଦକ ସୁନୀଲ ଶର୍ମାଙ୍କ ନେତୃତ୍ୱରେ ଶତାଧିକ ମହିଳା ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ ।

ସେହିପରି ବାଜିଚୌକ ଠାରେ ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର ଓ ନଗରପାଳିକା ଜୟନ୍ତୀ ପାତ୍ରଙ୍କ ନେତୃତ୍ୱରେ ନଗର ମଣ୍ଡଳ ତରଫରୁ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ବିପୁଳ ସମ୍ବର୍ଦ୍ଧନା ଓ ଭବ୍ୟ ସ୍ୱାଗତ କରାଯାଇଥିଲା ।ବାଜିଚୌକ ଠାରେ ଥିବା ଢେଙ୍କାନାଳ ମାଟିର ବୀରପୁତ୍ର ତଥା ବିଶ୍ୱର ସର୍ବକନିଷ୍ଠ ଶହୀଦ୍ ବାଜି ରାଉତଙ୍କ ପ୍ରତିମୂର୍ତୀରେ ମନ୍ତ୍ରୀ ଶ୍ରୀ ପ୍ରଧାନ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଉପରୋକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁତି ପ୍ରଧାନ, ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା, ଢେଙ୍କାନାଳ ନଗରପାଳିକା ଜୟନ୍ତୀ ପାତ୍ର, ଜିଲ୍ଲା ସାଧାରଣ ସଂପାଦକ ସୁନିଲ୍ ଶର୍ମା, ରତିକାନ୍ତ ସାହୁ, ଜିଲ୍ଲା ମିଡିଆ ସେଲ୍ ପ୍ରଭାରୀ ନବକିଶୋର ଗୁରୁ, ଜିଲ୍ଲା ଉପସଭାପତି ମାତୃପ୍ରସାଦ ନନ୍ଦ, ଇତିଶ୍ରୀ ସାହୁ, ଭାରତୀ ସ୍ୱାଇଁ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସହଦେବ ପୃଷ୍ଟି, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ପ୍ରଶାନ୍ତ ପ୍ରଧାନ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ମହାଦୀପ ଯଶୋବନ୍ତ ମହିମା, ସତ୍ୟରଞ୍ଜନ ଭୂୟାଁ, ଜିଲ୍ଲା ଆଇଟି ସେଲ୍ ଅଧ୍ୟକ୍ଷ ରମ୍ୟରଞ୍ଜନ ମହାପାତ୍ର, ନଗରମଣ୍ଡଳ ସଭାପତି ଧୃବଚରଣ ସ୍ୱାଇଁ, ଯୋରନ୍ଦା ମଣ୍ଡଳ ସଭାପତି ପ୍ରତ୍ୟୁସ୍‌ହରି ମହାପାତ୍ର, କାଉନ୍‌ସିଲର ନିରୋଦ କୁମାର ସାହୁ, ପ୍ରତାପ ରାଉତ, ଲକ୍ଷ୍ମୀପ୍ରିୟା ଦଳେଇ, ବଳରାମ ସେଠୀ, ସୂର୍ଯ୍ୟପ୍ରତାପ ରାଉତ, ରୁଦ୍ରନାରାୟଣ ତ୍ରିପାଠୀ, ବିନୋଦ ମହାନ୍ତି, ପୂର୍ବତନ କାଉନ୍‌ସିଲର ସନ୍ତୋଷ ରାଉତ, ସୁଚିତ୍ର ବେହେରାଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଯୋଗଦେଇଥିଲେ । ଅନୁରୂପ ଭାବେ ପର୍ଜଙ୍ଗ, ବଡକେରା, ସାଆନ୍ଦା, ତୁମୁସିଙ୍ଗା ଓ କନ୍ତିଓକାଟେଣୀ ଠାରେ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଦଳୀୟ କାର୍ଯ୍ୟକର୍ତା ଓ ଜନସାଧାରଣ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ।

Leave A Reply

Your email address will not be published.

6 − 6 =