ସ୍ଵାଧୀନ ଭାରତ ରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହଉ !

ଭିନ୍ନକ୍ଷମ ପୁଅକୁ ଟ୍ରାଇ ସାଇକେଲ ପାଈଁ ମା ର ନିବେଦନ !

ଢ଼େଙ୍କାନାଳ: ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ଓଢ଼ଣା ଗ୍ରାମର କୁମା କଅଁର ଓ ବିରଞ୍ଚି କଅଁର ଙ୍କ ପୁତ୍ର ଆକାଶ କଅଁର (୧୬) ଜନ୍ମରୁ ଭିନ୍ନକ୍ଷମ ଅଟନ୍ତି I

ଭିନ୍ନକ୍ଷମ ପ୍ରମାଣ ପତ୍ର ରେ ଶତକଡା ୯୦ ଭାଗ ଥିବାରୁ ସେ ଦୈନ ଦିନ ଜୀବନ ରେ ପାଦ ଟିଏ ମଡା ପକାଇବା ପାଇଁ ସକ୍ଷମ ନୁହଁନ୍ତି I ସକାଳ ରାତି ପର୍ଯ୍ୟନ୍ତ ନିଜ କର୍ମ କରିବା ପାଇଁ ସେ ଅନ୍ୟ ଜଣଙ୍କ ଉପରେ ନିର୍ଭର କରିଥାନ୍ତି I ଚାଲି ପାରୁ ନଥିବାରୁ ଏ ଜାଗାରୁ ସେ ଜାଗାକୁ ନେବା ପାଇଁ ତାଙ୍କ ମା କୁମା କଅଁର ଟେକି ଟେକି ନିଅନ୍ତି I

ସରକାର ଭିନ୍ନକ୍ଷମ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବିଭିନ୍ନ ପ୍ରକାରର ଯୋଜନା ପ୍ରଣୟନ କରୁଛନ୍ତି I ଆକାଶ ଙ୍କୁ ସରକାରୀ ସହାୟତା ଭତ୍ତା ମିଳିଥିବା ବେଳେ ଟ୍ରାଇ ସାଇକେଲ୍ ଯୋଗାଇବା ଦେବା ପାଇଁ ମା କୁମା କଅଁର ସରକାର ଙ୍କୁ ନିବେଦନ କରିଛନ୍ତି I

Leave A Reply

Your email address will not be published.

15 − 12 =