ଜିଲ୍ଲାପାଳଙ୍କ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହିତ ଅଲୋଚନା : ଶୃଙ୍ଖଳିତ ପୌର ନିର୍ବାଚନ ଉପରେ ଗୁରୁତ୍ୱ !

ଢଙ୍କାନାଳ : ଜିଲ୍ଲା କାଯ୍ୟାଳୟ ଠାରେ ର ଜିଲ୍ଲାପାଳ ସରୋଜ କୁମାର ସେଠୀ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ
ସହିତ ଅଲୋଚନା କରିଛନ୍ତି ।

ଚଳିତ ପୌର ନିର୍ବାଚନକୁ କିପରି ଶାନ୍ତିଶୃଙ୍ଖଳାର ସହ ସମାପନ କରାଯିବ ତାହା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଏଥିସହ ଜିଲାପାଳ ସମସ୍ତଙ୍କ ସହଯୋଗ
କାମନା କରିଥିଲେ। ପୌର ନିର୍ବାଚନର ଆଚରଣବିଧି ସର୍ମ୍ପକରେ ଜିଲ୍ଲାପାଳ ଉପସ୍ଥିତ ସମସ୍ତ ପ୍ରତିନିଧିଙ୍କୁ ଅବଗତ କରାଇବା ସହିତ ଏହାକୁ ମାନି ପ୍ରାର୍ଥୀମାନେ ନିର୍ବାଚନ
ପ୍ରଚାର, ଶୋଭାଯାତ୍ରା ଓ ସଭା ଅୟୋଜନ କରିବାକୁ ପରାମର୍ଶ ଦେଇଥଲେ।

ନିର୍ବାଚନ ପ୍ରଚାର, ଶୋଭାଯାତ୍ରା ଓ ସଭା ଆୟୋଜନରେ କୌଣସି ପ୍ରକାର ବିଶୃଙ୍ଖଳା ଆଚରଣ କଲେ ସେମାନଙ୍କ ବିରୋଧରେଦୃଢ଼ କାଯ୍ୟାର୍ନ ଷ୍ଠାନୁ ଗ୍ରହଣ କରାଯିବ ବୋଲି
ଆରକ୍ଷୀ ଅଧିକ୍ଷକ ଲୋଗାନୟାଗୀ ଦିବ୍ୟା ଭି କହିଥିଲେ।
ନିର୍ବାଚନଅଧକାରୀ ସ୍ନିଗ୍ଧାରାଣୀ ଧଳ କୋଭିଡ୍‌ କଟକଣା ମାନି ନିର୍ବାଚନକୁ ଶୃଙ୍ଖଳାର ସହ ସମାପନ କରିବାକୁ ଦଳୀୟ ପ୍ରତିନିଧିଙ୍କୁ ଅନୁରୋଧ କରିଥିଲେ।

ବିଜେଡିର ପ୍ରତିନିଧି ଦେବାଶିଷ ମିଶ୍ର, ଭାଜପାର ରାମଚନ୍ଦ୍ର
ପାତ୍ର, କଂଗ୍ରେସର ପ୍ରେମ ଶଙ୍କର ମିଶ୍ର ଏବଂ ଆପ ପ୍ରତିନିଧି ପ୍ରଭାତ କୁମାର ବେହେରା ଯୋଗଦେଇଥଲେ। ଡେପୁଟି କଲେକ୍ଟର ସ୍ମୃତି ରଞ୍ଜନ ମହାପାତ୍ର, ତହସିଲଦାର
ଝସକେତନ ନାୟକ ଓ ଭୁବନ ତହସିଲଦାର
ରୋଜାଲିନ ବେହେରା ଉପସ୍ଥିତ ଥିଲେ।

Leave A Reply

Your email address will not be published.

7 − one =