ଢ଼େଙ୍କାନାଳ : ଭୁବନ ବ୍ଲକ ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ଗୋଡା ଛକ ରୁ ଯାଜପୁର ଜିଲ୍ଲା କୁ ସଂଯୋଗ କରୁଥିବା ଆର୍ ଡି ରୋଡ ଏବେ ଶୋଚନୀୟ ଅବସ୍ତା ହୋଇପଡ଼ିଛି I
ଗୋଡା ଛକ ଠାରୁ ଢେଙ୍କାନାଳ ଜିଲ୍ଲା ର ଶେଷ ସୀମା ଓଡିଶ ପଞ୍ଚାୟତ ର ବଡକାଠିଆ ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ଛଅ କିଲୋମିଟର ରାସ୍ତା ହେବ I ଉକ୍ତ ରାସ୍ତା ଟି ଯାଜପୁର ଜିଲ୍ଲା କୁ ସଂଯୋଗ କରୁଥିବାରୁ ଦୈନିକ ସହ ସହ ଭାରିଯାନ ଯାତାୟାତ କରିବା ସହ ହାଜର ହାଜର ଲୋକ ବାଇକ୍ ଓ ସାଇକେଲ ଯୋଗେ ଯାତାୟାତ କରିଥାନ୍ତି I
ଯାଜପୁର ଜିଲ୍ଲା ରେ ଖଣି ଖାଦାନ ଥିବାରୁ ଭୁବନ ବ୍ଲକ ର ଅଧିକାଂଶ ପଞ୍ଚାୟତ ର ବାସିନ୍ଦା ନିର୍ଭର କରିଥାନ୍ତି ା ବର୍ଷା ହେଲେ ରାସ୍ତାରେ ଥିବା ଖାଲ ଗୁଡିକରେ ପାଣି ଭର୍ତି ହୋଇଯାଇଥିବାରୁ ବାଇକ୍ ଓ ସାଇକେଲ ଆରୋହୀ ମାନେ ଦୁର୍ଘଟଣା ଶିକାର ହେଉଛନ୍ତି I ଦିର୍ଘ ଦିନ ରାସ୍ତାଟି ମରାମତି ହେଉନଥିବା ରୁ ଅଞ୍ଛଳ ବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି I