ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଜନ୍ମଦିବସ ପାଳନ:ରକ୍ତଦାନ ଶିବିରରେ ୪୨ ୟୁନିଟ ରକ୍ତ ସଂଗ୍ରହ !

ଢେଙ୍କାନାଳ : ଆଧ୍ୟାତ୍ମିକ ଗୁରୁ ପୂଜ୍ୟ ଶ୍ରୀଶ୍ରୀ ରବିଶଙ୍କରଙ୍କ ୬୬ତମ ଜନ୍ମ ଦିବସ ଆର୍ଟ ଅଫ୍ ଲିଭିଂ ପରିବାର ଢେଙ୍କାନାଳ ଶାଖା ପକ୍ଷରୁ ଗୁଡିଆନାଳୀସ୍ଥିତ ଭାଗୀରଥୀ ବିହାର ଶ୍ରଦ୍ଧାଶ୍ରୀ ମଣ୍ଡପଠାରେ ଅନୁଷ୍ଟିତ ହୋଇଯାଇଛି ।

ଏହି ଉପଲକ୍ଷେ ସକାଳ ସାଢେ ୬ଟା ସମୟରେ ଯୋଗ, ପ୍ରାଣାୟାମ ଓ ସୁଦର୍ଶନ କ୍ରିୟା କାର୍ଯ୍ୟକ୍ରମକୁ ଯୋଗ ଶିକ୍ଷକ ପ୍ରଳୟ ଦାସ, ପୂର୍ଣ୍ଣଚନ୍ଦ୍ର ପଣ୍ଡା ଓ ବାବୁଲା ସାହୁ ପରିଚାଳନା କରିଥିଲେ । ପରେ ପରେ ଜିଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାର ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଶିବିରରେ ୪୨ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା ।

ଶିବିର ରକ୍ତଭଣ୍ଡାର ପକ୍ଷରୁ ରେଡକ୍ରସ ଉପସଭାପତି ବିରଞ୍ଚି ନାରାୟୟଣ ପାଣି ଓ ଟେକନିସିଆନ ପରମାନନ୍ଦ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ । ସନ୍ଧ୍ୟା ସାଢେ ୬ଟା ସମୟରେ ଗୁରୁପୂଜନ ସହିତ ମହା ସତସଙ୍ଗରେ ଢେଙ୍କାନାଳ ସହର ସମେତ ଜିଲାର ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁମାନେ କାର୍ଯ୍ୟକ୍ରମରେ ଯୋଗଦେଇ ସତସଙ୍ଗର ମଜା ନେଇଥିଲେ । ରବିଶଙ୍କର ବିଦ୍ୟାମନ୍ଦିରର ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆୟୋଜିତ ହୋଇଥିଲା ।

ସତସଙ୍ଗ କାର୍ଯ୍ୟକ୍ରମକୁ ଆର୍ଟ ଅଫ୍ ଲିଭିଂର ଯୋଗ ପ୍ରଶିିକ୍ଷକ ସୁଜାତା ମହାନ୍ତି, କାମାକ୍ଷା ପ୍ରସାଦ ଲେଙ୍କା, ସଂଯୁକ୍ତା ଶତପଥୀ,ସୌମେନ୍ଦ୍ର ମହାପାତ୍ର, ଜୟାଲକ୍ଷ୍ମୀ ରାଓ, ଡା. ବିନୋଦିନିି ପାତ୍ର, ମନୋରଞ୍ଜନ ମହାନ୍ତି, ଅଜୟ ପୃଷ୍ଟି, ଚିତରଞ୍ଜନ ପଟ୍ଟନାୟକ, ଦିପ୍ତି ମହାପାତ୍ର, ଜଲି ଲେଙ୍କା ଏବଂ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ସଦସ୍ୟମାନେ ଉପସ୍ଥିତ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.

2 × four =