ଢ଼େଙ୍କାନାଳ : ଭୁବନ ଥାନା ମାର୍ଥାପୁର ଗ୍ରାମରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଉଥିବା ଖବର ପ୍ରକାଶ ପରେ ତତ୍ପର ହୋଇଉଠିଛି ଅବକାରୀ ବିଭାଗ I
କାମାକ୍ଷନଗର ଅବକାରୀ ବିଭାଗ ପକ୍ଷରୁ ମାର୍ଥାପୁର ସାହି ଗଳି କନ୍ଧି ବୁଲିଥିଲେ ହେଲେ ଦୈନିକ ବ୍ୟବସାୟ କରୁଥିବା ବେପାରୀ ମାନଙ୍କର କିଛିବି ପତା ନପାଇ ଖାଲି ହାତରେ ଫେରିଥିଲା ପୋଲିସ I
ମଦ ବେପାରୀ ମାନେ କୌଣସି ସୂତ୍ରରୁ ଚଡାଉ ପୂର୍ବରୁ କେମିତି ଓ କେଉଁ ଉପାୟରେ ଖବର ପାଉଛନ୍ତି ଅବକାରୀ ବିଭାଗ ର କର୍ମଚାରୀମାନଙ୍କ ଉପରେ ସନ୍ଦେହ ସୃଷ୍ଟି ହେଉଛି I ମାର୍ଥାପୁର ରେ ନିଶା କାରବାର ରୋକିବା ପାଇଁ ମଦ ବେପାରୀ ମାନଙ୍କର ଗତିବିଧି ଲକ୍ଷ୍ଯ ରଖି ପୁନର୍ବାର ଚଢାଇ ଜାରି ରଖିବା ପାଇଁ କାମାକ୍ଷନଗର ଏ ଏସ୍ ଆଇ ସନ୍ତୋଷ କୁମାର ସ୍ଵାଇଁ ସୂଚନା ଦେଇଛନ୍ତି I