ଢେଙ୍କାନାଳ : ସ୍ଥାନୀୟ ସିନର୍ଜୀ ନର୍ସିଂ ମହାବିଦ୍ୟାଳୟର ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଶ୍ୱ ସେବିକା ଦିବସ ଅବସରରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ମହାନ ସେବିକା ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କର ଜନ୍ମ ଦିବସରେ ଅନୁଷ୍ଠିତ ବିଶ୍ୱ ନର୍ମି ଦିବସ ପ ।ଳନରେ ନର୍ସିଂ ବିଭାଗର ଛାତ୍ରଛାତ୍ରୀ ମାନେ ଶପଥ ଗ୍ରହଣ କରି ତାଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ଭାବେ ପୂର୍ବତନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ତଥା କ୍ୟାପିଟାଲ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡା.ବିନୋଦ କୁମାର ମିଶ୍ର ନିଜ ଅଭିଭାଷଣରେ ଅର୍ଥ ପଛରେ ନ ଗୋଡାଇ ନିସ୍ୱାର୍ଥପର ଭାବରେ ସେବା କରିପାରିଲେ ତାହା ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହୋଇପାରିବ ।
ଅନ୍ୟତମ ଅତିଥି ମହାବିଦ୍ୟାଳୟ ପରିଚଳନା ପରିଷଦର ଅଧ୍ୟକ୍ଷ ବିନୋଦ ଦାଶ କୌଣସି କାର୍ଯ୍ୟକୁ ଛୋଟ ନଭାବି ନିଜ କାର୍ଯ୍ୟରେ ରାଜାଭଳି କାର୍ଯ୍ୟ କରିବା ଉଚିତ ବୋଲି ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ସିନର୍ଜୀ ବୈଷୟିକ ମହାବିଦ୍ୟାଳୟର ଅଧ୍ୟକ୍ଷା ଇତିଶ୍ରୀ ମହାନ୍ତି ଡାକ୍ତର ଏବଂ ରୋଗୀମାନଙ୍କ ମଧ୍ୟରେ ନର୍ସ ଏକ ସେତୁ ସଦୃଶ ଅଟେ । ତେଣୁ ସେହିମାନେ ସେହିଭଳି କାର୍ଯ୍ୟ କରିପାରିଲେ ନର୍ସିଂ ପାଟ ପଢିବାର ମହତ୍ୱ ରହିବ ।
ଉକ୍ତ ଉତ୍ସବରେ ସିନର୍ଜୀ ନର୍ସିଂ ମହାବିଦ୍ୟାଳୟର ଅଧ୍ୟକ୍ଷା ଶକ୍ତିସ୍ୱରିପି ସାହୁ ଅଧ୍ୟକ୍ଷତା କରିବାସହିତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପିକା ହିରଣ୍ୟମୟୀ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ରାଜଶ୍ରୀ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ ।
ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ବରିବେଷଣ କରାଯାଇଥିଲା ବୋଲି ପ୍ରଶାସନିକ ଅଧିକାରୀ ଚନ୍ଦ୍ରକାନ୍ତ ମିଶ୍ର ସୂଚନା ଦେଇଛନ୍ତି ।