ଦ୍ୱିତୀୟ ରାଷ୍ଟ୍ରୀୟ ଲୋକଅଦାଲତ:ଦୁର୍ଘଟଣା ଜନିତ କ୍ଷତିପୂରଣ ୧କୋଟି ୪୨ ଲକ୍ଷ ୨ ହଜାର ଟଙ୍କା ପ୍ରଦାନ !

ଢେଙ୍କାନାଳ : ଜିଲ୍ଲାର ବିଭିନ୍ନ ଅଦାଲତରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶରତ କୁମାର ଦେହୁରୀଙ୍କ ତତ୍ୱା୍‌ବଧାନରେ ଢେଙ୍କାନାଳ ସିଭିଲ କୋର୍ଟ ପରିସର ମଧ୍ୟରେ ଅନୁଷ୍ଠିତ ଏହି ଲୋକ ଦାଲତରେ ଜିଲ୍ଲାର ସମସ୍ତ ଅଦାଲତର ମୋଟ ୩୮୧ଟି ମାମଲା ଫଏସଲା କରାଯାଇଅଛି ।

ସେଥିମଧ୍ୟରୁ ମୋଟର ଦୁର୍ଘଟଣା ଜନିତ ୨୩ଟି, ବିବାହ ଏବଂ ପାରିବାରିକ ମାମଲା ୨୬ଟି, ଦେୱାନୀ ମାମଲା ୭୦ଟି,ବିଭିନ୍ନ ପ୍ରକାରର ଫୌଜଦାରୀ ମାମଲା ୨୬୩ଟି ଏବଂ ବ୍ୟାଙ୍କ ମାମଲା ଗୁଡିକ ଆପୋଷ ଭାବରେ ସମାଧାନ କରାଯାଇଅଛି । ମୋଟର ଦୁର୍ଘଟଣା ଜିନିତ କ୍ଷତି ପୂରଣ ପ୍ରାପ୍ୟ ବାବଦକୁ ଟ.୧,୪୨,୦୨,୦୦୦/- ପ୍ରଦାନ କରାଯାଇଥିବା ବେଳେ ଏବଂ ଅନ୍ୟାନ୍ୟ ମାମଲା ଗୁଡିକରେଜିଲ୍ଲାର ସମସ୍ତ ଅଦାଲତ ମାନଙ୍କରେ ଜୋରିମନା ଓ ବ୍ୟାଙ୍କ ରୁଣ ଫଏସଲା ବାବଦକୁ ଟ.୪୨,୧୫,୧୪୧/- ଆଦାୟ କରାଯାଇଛି ।

ସେହିିପରି ଉକ୍ତ ଲୋକ ଅଦାଲତରେ ପାରିବାରିକ ଅଦାଲତର ବିଚାରପତି ସୂର୍ଯ୍ୟାନାରାୟଣ ଦ୍ୱିବେଦୀଙ୍କ ଅଧ୍ୟକ୍ଷତାରେ ଓ ସଦସ୍ୟ ଜିଲ୍ଲା ମଧ୍ୟସ୍ଥତା କେନ୍ଦ୍ର, ଢେଙ୍କାନାଳ ଓମ୍ ପ୍ରକାଶ ଶରଣ ଓ ଶାନ୍ତିଲତା ମିଶ୍ର,ସମାଜସେବୀଙ୍କ ଉପସ୍ଥିତିରେ ମୋଟ ୨୩ ଟି ମାମଲାର ଫଏସଲା ହୋଇଛି ଏହା ସହିତ ଏକ ପାରିବାରିକ ମାମଲାରେ ତୁଟିଛି ପତିପତ୍ନୀଙ୍କ ବିବାଦ । ପୁନଃ ପ୍ରତିଷ୍ଠା ହୋଇଛି ଦାମ୍ପତ୍ୟ ଜୀବନ । ମନମାଳିନ୍ୟ ଭୁଲି ଏକାଠି ଫେରିଛନ୍ତି ସମୀର ସାମଲ ଓ ରୂପାଲି ସାମଲ । ଦୁଇ ବର୍ଷ ତଳେ ସ୍ୱାମୀ ସ୍ତ୍ରୀଙ୍କ ପାରିବାରିକ କଳହ ପାଇଁ ଦୁହେଁ ଅଲଗା ରହୁଥିଲେ ।

ଏହି ବିବାଦରେ ଉଭୟଙ୍କ ସହ ଆପୋଷ ଆଲୋଚନା କରି ବିବାଦର ସମାଧାନ ହୋଇଛି । ପୂର୍ବ ବିବାଦକୁ ଭୁଲି ଶାଶୁଘରକୁ ଯିବାପାଇଁ ରାଜି ରାଜି ହୋଇଥିଲେ ରୂପାଲି । ଢେଙ୍କାନାଳ ସିଭିଲ କୋର୍ଟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରୀୟ ଲୋକ ଅଦାଲତରେ ପାରିବାରିକ ଅଦାଲତର ବିଚାରପତି ସୂର୍ଯ୍ୟନାରାୟଣ ଦ୍‌ିବେଦୀ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଚିନ୍ମୟ ମିଶ୍ର, ବରିଷ୍ଠ ଦେୱାନୀ ବିଚାରପତି ସୁବାସ ଚନ୍ଦ୍ର ଧଳ, ଅତିରିକ୍ତ ବରିଷ୍ଠ ଦେୱାନୀ ଅଦାଲତ ବିଚାରପତି ଲୋପାମୁଦ୍ରା ପଣ୍ଡା, ବରିଷ୍ଠ ଦେୱାନୀ ଅଦାଲତ (ଏଲ,ଆର.ଓଏଲ୍‌, ଟି.ଭି) ବିଚାରପତି ସୁଶିଲ କୁମାର ସାହୁ, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୁଦ୍ଧିରଞ୍ଜନ ଦାଶ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମୟୀ ନନ୍ଦ ବିଭିନ୍ନ ଅଦାଲତ ଗୁଡିକ ପରିଚାଳନା କରିଥିଲେ ।

ଉକ୍ତ ଲୋକ ଅଦାଲତରେ ରେଜିଷ୍ଟ୍ରାର ସିଭିଲ କୋର୍ଟ ଶ୍ରୀମତୀ ଅଳକାନନ୍ଦ ମହାନ୍ତି ଉପସ୍ଥିତ ଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ତଥା ସ୍ଥାୟୀ ଏବଂ ନିରନ୍ତର ଲୋକ ଅଦାଲତର ବିଚାରପତି ସୁକାନ୍ତ କିଶୋର ଜେନା, ସରକାରୀ ଆଇନଜୀବି ପତିତପାବନ ମହାପାତ୍ର, କନସିଲିଏଟର, ସ୍ଥାୟୀ ଏବଂ ନିରନ୍ତର ଲୋକ ଅଦାଲତ ସୁଭାସିନୀ ମହାକୁଡ, ସ୍ଥାୟୀ ଏବଂ ନିରନ୍ତର ଲୋକଅଦାଲତ କୁ ପରିଚାଳନା କରିଥିଲେ ।

ଜିଲ୍ଲା ଆଇନସେବା ପ୍ରାଧିକରଣର ପ୍ୟାନେଲ ଲୟର, ପି.ଏଲ.ଭି , ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ସିଭିଲ କୋର୍ଟର ସମସ୍ତ କର୍ମଚାରୀ ଉପରୋକ୍ତ ଲୋକ ଅଦାଲତକୁ ସୁଚାରୁରୂପେ ପରିଚାଳନା କରିବାରେ ସହାୟତା କରିଥିଲେ ।

Leave A Reply

Your email address will not be published.

ten + 19 =