ଫାଇଲେରିଆ ରୋଗରେ ଗୋଦର ଗୋଡର ଯତ୍ନ ପାଇଁ ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ !

ଢେଙ୍କାନାଳ : ଜିଲ୍ଲାର ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବାରିହାପୁର ଗ୍ରାମରେ ଫାଇଲେରିଆ ରୋଗରେ ଗୋଦର ଗୋଡର ଯତ୍ନ ପାଇଁ ଗୋଦର ଗୋଡ ରୋଗୀମାନଙ୍କୁ ସଚେତନ କରିବା ସହିତ ଟବ୍‌,ମଗ, ନରମ ଗାମୁଛା, ଦେହଲଗା ସାବୁନ, ଆଣ୍ଟିବାୟୋଟିକ କ୍ରିମ, ଆଣ୍ଟିସେପ୍ଟିକ କ୍ରିମ, ତୁଳା, ଫାଇଲେରିଆ ବହି,ରୋଗୀପତ୍ର ଆଦି ବଣ୍ଟନ କରାଯାଇ ଶୁଭାରମ୍ଭ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ଭେକ୍ଟର ବାହିତ ରୋଗ ଅଧିକାରୀ ଡା.ହିମାଂଶୁ ଶେଖର ହେମ୍ବ୍ରମ ଓ ରାଜ୍ୟରୁ ଆସିଥିବା ଡା.ସମ୍ପିତ ପ୍ରଧାନ,ସଂଯୋଜକ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ,ଓଡିଶା, ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶ ଦାତା ତପନ କୁମାର ସାହୁ, ବ୍ଲକ ଜନସ୍ୱାସ୍ଥ୍ୟ ସଂପ୍ରସାରଣକାରୀ କବିତା ସ୍ୱାଇଁ, ଭେକ୍ଟର ବାହିତ ରୋଗ ପରିଦର୍ଶକ ଅଶୋକ କୁମାର ନାଥ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରଥିଲେ ।

ଏହି ବଣ୍ଟନ କାର୍ଯ୍ୟକ୍ରମରେ ଆମ ଢେଙ୍କାନାଳ ଜିଲ୍ଲାରେ ୨୫୩୪ ଜଣ ଗୋଦରଗୋଡ ରୋଗୀଙ୍କୁ ପ୍ଲାଷ୍ଟିକ ଟବ୍‌, ମଗ, ନରମ ଗାମୁଛା, ଦେହଲଗା ସାବୁନ, ଆଂଟିବାୟୋଟିକ କ୍ରିମ, ଆଂଟିସେପ୍ଟିକ କ୍ରିମ ତୁଳା , ସୂଚନା ପତ୍ର,ପେସେଂଟ କାର୍ଡ ଇତ୍ୟାଦି ବଂଚନ କରାଯିବ । ଏହା ୨୦୨୦ ସର୍ଭେ ଅନୁସାରେ ବଂଟନ କରାଯିବ । ଏହି କାର୍ଯ୍ୟକ୍ରମରେ ପରଜଙ୍ଗ ବ୍ଲକରେ ୩୬୬ ଜଣ ଗୋଦର ଗୋଡ ବା ହାତ ରୋଗୀଙ୍କୁ ବଣ୍ଟନ କରାଯିବ । ସେହିପରି ଅଁଳାବେରେଣୀ ର ୧୪୮ ଜଣଙ୍କୁ ଦିଆଯିବ ,ଶ୍ରୀରାମଚନ୍ଦ୍ରପୁରରେ ୨୪୨ ଜଣଙ୍କୁ, ବିରାଶାଳରେ ୨୮ ଜଣଙ୍କୁ , ବେଲଟିକିରରେ ୫୩୧ ଜଣଙ୍କୁ , ଖଜୁରିକଟାରେ ୪୩୯ ଜଣଙ୍କୁ, ମଠକରଗୋଳାରେ ୯୧ ଜଣଙ୍କୁ, ଓଡାପଡାରେ ୫୬୫ ଜଣଙ୍କୁ,ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳରେ ୨୦ ଜଣଙ୍କୁ , କାମାକ୍ଷାନଗର ବିଜ୍ଞାପିତ ଅଂଚଳରେ ୧୨ ଜଣଙ୍କୁ, ଭୁବନ ବିଜ୍ଞାପିତ ଅଂଚଳରେ ୪୨ ଜଣଙ୍କୁ, ଢେଙ୍କାନାଳ ପୌରାଞ୍ଚଳରେ ୫୦ ଜଣ ଗୋଦର ଗୋଡ ବା ହାତ ରୋଗୀମାନଙ୍କୁ ଗୋଦର ଗୋଡ ବା ହାତର ଯତ୍ନ ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏହି ସବୁ ସାମଗ୍ରୀ ବଣ୍ଟନ କରାଯିବ ।

ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସ୍ମିତାରାଣୀ ପଣ୍ଡା, ମହିଳା ସ୍ୱାସ୍ଥ୍ୟକର୍ମୀ ସଜନୀ ସାହୁ,ଆଶା ବାସନ୍ତୀ ବେହେରା, ସୁଲତା ସାହୁ, ଗୀତାଞ୍ଜଳୀ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ତୁଲାଇଥିଲେ ।

Leave A Reply

Your email address will not be published.

twelve + 15 =