ଢେଙ୍କାନାଳ : ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ଆଜି ଢେଙ୍କାନାଳ ‘ଆମ ପ୍ରତିଭା ଆମ ସମ୍ମାନ’ ପକ୍ଷରୁ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ଭେଟି ଏକ ୭ ଗୋଟି ଦାବୀ ସମ୍ବଳିତ ଦାବୀପତ୍ର ପ୍ରଦାନ କରିବା ସହିତ ଏହାର ସମାଧାନ ପାଇଁ ଦୃଢ ଆଲୋଚନା କରିଛନ୍ତି ।
ସୂଚନା ଅନୁଯାୟୀ ବିଭିନ୍ନ ସମୟରେ ଢେଙ୍କାନାଳରେ ସମସ୍ୟା ପରେ ସମସ୍ୟା ଲାଗି ରହୁଥିଲେ ମଧ୍ୟ ଏହାର ସମାଧାନ ପାଇଁ କୌଣସି ଉଦ୍ୟମ ହେଉନାହିଁ ।
ଏହାକୁ ଦୃଷ୍ଟିରେ ରଖି ଆମ ପ୍ରତିଭା ଆମ ସମ୍ମାନ ପକ୍ଷରୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ଦାବୀଗୁଡିକ ମଧ୍ୟରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ସର୍ବ କନିଷ୍ଠ ସହୀଦବାଜିରାଉତଙ୍କ ନାମରେ ନାମକରଣ କରାଯିବା ସହ ମେଡିକାଲ କଲେଜରେ ପରିଣତ କରାଯିବା, ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ଥିବା ଦକ୍ଷିଣକାଳୀ ରାସ୍ତାର ମହାବୀର ବଜାର ଠାରେ ପ୍ରଶସ୍ତିକରଣ କରାଯିବା, ୱାର୍ଡ ନଂ.୧ କଲେଜ ବାଇପାସ ଠାରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ପ୍ରଶସ୍ତିକରଣ କରାଯିବା ସହିତ ୱାନ ୱେ ରାସ୍ତାରେ ପରିଣତ କରାଯିବା, ବନମାଳିପ୍ରସାଦ ଛକ ଓ ମହିଷାପାଟ ଛକ ଠାରେ ଜାତୀୟ ରାଜପଥ ଉପରେ ଫ୍ଲାଏ ଓଭର ବ୍ରିଜ ନିର୍ମାଣ କରାଯିବା, ବାଜିଚୌକଠାରୁ ଷ୍ଟେସନ ରାସ୍ତାକୁ ସଂଯୋଗୀକôରଣ କରାଯିବା, ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଢେଙ୍କାନାଳ ବସଷ୍ଟାଣ୍ଡକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ସହିତ ସହରାଂଚଳର ବର୍ଦ୍ଧିତ ଜନସମାଗମକୁ ଦୃଷ୍ଟିରେ ରଖି ୧ ନଂ.ୱାର୍ଡ ଠାରୁ ଭଗବାନପୁର ଦେଇ ରେଲୱେ ଲାଇନ କଡେ କଡେ ୨୩ ନଂ.ୱାର୍ଡ ପର୍ଯ୍ୟନ୍ତ ରିଙ୍ଗରୋଡ ନିର୍ମାଣ କରାଯିବା ପାଇଁ ଦାବିକରାଯାଇଛି ।
ଦାବୀପତ୍ର ପ୍ରଦାନ ସମୟରେ ଅନୁଷ୍ଠାନର ସଭାପତି ପ୍ରିୟରଞ୍ଜନ ମାହୁ୍ନ୍ତଙ୍କ ନେତୃତ୍ୱରେ ସାଂସଦଙ୍କ ସଦର ବ୍ଲକ ପ୍ରତିନିଥି ପ୍ରତାପ କୁମାର ଦାସ, ସଦାଶିବ ମହାପାତ୍ର, ଜିତେନ୍ଦ୍ର ପଟ୍ଟନାୟକ, ମହେନ୍ଦ୍ର ସାହୁ ,ଦୁଷ୍ମନ୍ତ ମହାନ୍ତି, ରଞ୍ଜନ ସାହୁ, ଶ୍ୟାମସୁନ୍ଦର ସାହୁ,ଅକ୍ଷୟ ସାହୁ,ଶେଖର ସେଠୀ ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତା ସାମିଲ ଥିଲେ ।