ସଦର ବ୍ଳକ ସଭାପତି ଭାବେ ସନ୍ତୋଷ ମହାପାତ୍ର ଚୟନ !

ଢେଙ୍କାନାଳ : ପଞ୍ଚାୟତ ନିର୍ବାଚନ ସରିବା ପରେ ଢେଙ୍କାନାଳ ଜିଲ୍ଲା ସଦର ବ୍ଳକର ସମସ୍ତ ସରପଞ୍ଚ ମାନଙ୍କୁ ନେଇ ବୋରାପଦା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ବେଠକରେ ଚନ୍ଦ୍ରଶେଖରପ୍ରସାଦ ଗ୍ରାମପଞ୍ଚାୟତ ସରପଞ୍ଚ ସନ୍ତୋଷ ମହାପାତ୍ର ସର୍ବସମ୍ମତି କ୍ରମେ ସଦର ବ୍ଳକ ସରପଞ୍ଚ ସଂଘର ସଭାପତି ରୂପେ ଚୟନ ହୋଇଥିଲେ । ବୋରାପଦା ଠାରେ ଅନୁଷ୍ଠିତ ବେଲଟିକିରି ପଞ୍ଚାୟତ ସରପଞ୍ଚ ବଳଭଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ସଦର ବ୍ଳକର ୩୦ଟି ପଞ୍ଚାୟତର ସରପଞ୍ଚ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସରପଂଚମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ଏଥିସହିତ ରାଜ୍ୟ ସରକାରଙ୍କ ଦ୍ୱାରା ପଞ୍ଚାୟତ ରାଜ ବିଭାଗର ବିଭିନ୍ନ ଯୋଜନା ଗୁଡିକୁ ନିଜ ନିଜ ପଞ୍ଚାୟତରେ ଭାଇଚାରା ଦୃଷ୍ଟିରରେ କାର୍ଯ୍ୟକରି ପଞ୍ଚାୟତବାସୀଙ୍କ ସମସ୍ୟା ଦୂର କରିବା ସହିତ ପଞ୍ଚାୟତର ଉନ୍ନତି କରିବା ଦିଗରେ ସମସ୍ତେ ଯତ୍ନବାନ ହେବାକୁ ଆଲୋଚନାରେ ପ୍ରସ୍ତାବ ଗୃହୀତ ହୋଇଥିଲା । ବିଶେଷ କରି ସମିତି ମାଧ୍ୟମରେ ହେଉଥିବା କାର୍ଯ୍ୟଗୁଡିକ ସମିତି ସଭ୍ୟ/ସଭ୍ୟା ମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ପଞ୍ଚାୟତର ଉନ୍ନତି ଦିଗରେ କାର୍ଯ୍ୟ କରିବା ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହେବା ସହିତ ସରପଞ୍ଚ ମାନଙ୍କର ନିଜସ୍ୱ ସମସ୍ୟା ଗୁଡିକ ସଂଘ ମାଧ୍ୟମରେ ରାଜ୍ୟ ସଂଘର ସହଯୋଗରେ ସରକାରଙ୍କ ସହ ଆଲୋଚନା କରି ସମାଧାନ କରିବା ପାଇଁ ପ୍ରୟାସ କରାଯିବ ବୋଲି ପ୍ରସ୍ତାବ ଗୃହୀତହୋଇଥିଲା ।

ଏହି ବୈଠକରେ ସଭାପତି ଶ୍ରୀ ମହାପାତ୍ରଙ୍କ ସହିତ କାର୍ଯ୍ୟକାରୀ ସଭାପତି ଭାବେ ସପ୍ତଶଯ୍ୟାର ସରପଞ୍ଚ ଅଭିମନ୍ୟୁ ବେହେରା,ଉପସଭାପତି ଭାବେ ଚାଉଳିଆ ସରପଞ୍ଚ ବାବୁଲି ଚନ୍ଦ୍ର ରାଉତ, ସାଧାରଣ ସମ୍ପାଦକ ଭାବେ କାଇମାଟି ସରପଂଚ ଅମିତ ଜ୍ୟୋତି ସ୍ୱାଇଁ, ସାଙ୍ଗଠନିକ ସମ୍ପାଦକ ଭାବେ , କୋଷାଧ୍ୟକ୍ଷ ଭାବେ ତରଭା ସରପଞ୍ଚ ବିରଞ୍ଚି ବେହେରା ପ୍ରମୁଖଙ୍କୁ ଚୟନ କରାଯାଇଥିବା ବେଳେ ପରାମର୍ଶ କମିଟି ଭାବେ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତର ଅରୁଣ କୁମାର ପରିଡା, ବଣସିଂହ ଗ୍ରାମପଞ୍ଚାୟତର ଜଳଧର ବେହେରା, କାଙ୍କଡପାଳ ଗ୍ରାମ ପଞ୍ଚାୟତର ସୁବାସ ଚନ୍ଦ୍ର ସ୍ୱାଇଁ , କଙ୍କଡାହାଡର ପବିତ୍ର ମହାରଣା, ବାରଦା ଗ୍ରାମ ପଞ୍ଚାୟତର ସରପଞ୍ଚ ଅକ୍ଷୟ କୁମାର ସ୍ୱାଇଁ, ନଡିଆଳୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଫୀରୋଜ କୁମାର ସାହୁ, ସାଙ୍କୁଲେଇ ଗ୍ରାମ ପଞ୍ଚାୟତର ସଂଗ୍ରାମ କିଶୋର ମହାନ୍ତି ସଂଘର ଉପଦେଷ୍ଟା ଭାବେ ମନୋନୀତ କରାଯାଇଥିଲା । ପରିଶେଷରେ ବଳଭଦ୍ର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

16 − sixteen =