କପିଳାସ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଢେଙ୍କାନାଳ ଜିଲ୍ଲାର ମୋ ସ୍କୁଲ ହକି କ୍ଲବ ଉଦଘାଟିତ !

ଢେଙ୍କାନାଳ : କପିଳାସ ସରକାରୀ ବାଳିକା ଉଚଚ ବିଦ୍ୟାଳୟ ଠାରେ ଢେଙ୍କାନାଳ ଜିଲ୍ଲାର ମୋ ସ୍କୁଲ ହକି କ୍ଲବ ଉଦଘାଟିତ ହୋଇଯାଇଛି ।

ଉତ୍ସବେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ସରୋଜ କୁମାର ସେଠୀ ଢେଙ୍କାନଳ ଜିଲ୍ଲାକୁ ରାଜ୍ୟର ଦ୍ୱିତୀୟ ହକି ହବ୍ ଭାବେ ପରିଚିତ କରାଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି ।

ଜିଲ୍ଲାର ପ୍ରତ୍ୟେକ ବ୍ଳକରେ ୨୫ ଜଣ ପୁଅ, ୨୫ ଜଣଝିଅ ପିଲା୍‌ଙ୍କୁ ହକି ଖେଳ ପାଇଁ ଆବଶ୍ୟକ ପ୍ରଶିକ୍ଷଣ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଜୀବନ ସଂଗ୍ରାମ ମାଧ୍ୟମରେ ପାଠପଢା ସହିତ ଯେ କୌଣସି ଖେଳରେ ଉତ୍ସାହ ରଖି ନିଜର ପ୍ରତିଭା ପ୍ରଦର୍ଶନ କରିବାକୁ ପିଲାମାନଙ୍କୁ ସେ ପରାମର୍ଶ ଦେଇଛନ୍ତି ।

ଏହି ଅବସରରେ ଜିଲ୍ଲାପାଳ ଓ ଅତିଥିମାନେ ହକି ଖେଳୁଥିବା ପିଲାମନଙକୁ ହକି ଷ୍ଟିକ ପ୍ରଦାନ କରିଥିଲେ । ବିଦ୍ୟଳୟ ଖେଳ ପଡିଆରେ ବିଦ୍ୟାଳୟର ହକି ଖେଳାଳୀମାନେ ଢେଙ୍କାନାଳର ହକି ଖେଳାଳୀମାନଙ୍କ ସହିତ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିଥିଲେ । କ୍ରୀଡାର ବିକାଶ ଦିଗର ଜିଲ୍ଲାପାଳଙ୍କ ଉଦ୍ୟମକୁ ପ୍ରଶଂସା କରି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାସିଲ କୁଲୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଉତ୍ସବରେ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପରମାନନ୍ଦ ପୃଷ୍ଟି, ଗଁଦିଆ ବିଡିଓ ଆଶିଷ କୁମାର ସାରୁ, ଦେଓଗାଁ ସରପଞ୍ଚ ବିଜୟ କୁମାର ଦେହୁରୀଙ୍କ ସମେତ ବିଭାଗୀୟ ଅଧିକାରୀ, ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ବିଦ୍ୟାଳୟର ଛାତ୍ରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.

3 × 2 =