ଜିଲ୍ଲାର ଉନ୍ନୟନ ମୁଳକ କାର୍ଯ୍ୟ ଓ କୋଭିଡ ପରିଚାଳନା ସମୀକ୍ଷା !

ଢେଙ୍କାନାଳ : ଜିଲ୍ଲା କାର୍ଯ୍ୟାଳୟସ୍ଥ ଓସୱାନ ଭିଡିଓ କନଫରେନ୍ସିଂ ହଲ ଠାରେ ଜିଲ୍ଲାର ଉନ୍ନୟନମୁଳକ କାର୍ଯ୍ୟ ଓ କୋଭିଡ ପରିଚାଳନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ମାନ୍ୟବର ସାଂସଦ ମହେଶ ସାହୁ ଯୋଗଦେଇ ସମସ୍ତ ବିଭାଗୀୟ ଅଧିକାରୀମାନେ ନିଜ କାର୍ଯ୍ୟାଳୟ ଓ ଚତୁପାଶ୍ୱର୍କୁ ପରିଷ୍କାର ପରିଚ୍ଛନ୍ନ କରାଇ ଏହାର ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି । ବିଦ୍ୟାଳୟ ଗୁଡିକର ସର୍ବାଙ୍ଗୀନ ଉନ୍ନତି ଓ ସୁସ୍ଥ ବାତାବରଣ ସୃଷ୍ଟି କରି ଶିକ୍ଷାଦାନରେ ଗୁଣାତ୍ମକ ବିକାଶ ଉପରେ ଧ୍ୟାନ ଦେବାକୁ କହିଛନ୍ତି ।ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ଘଟୁଥିବାରୁ ନିଜେ ସଚେତନ ହୋଇ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପରିଧାନକୁ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ।

ଜିଲ୍ଲାର ପ୍ରତେୟକ ପଞ୍ଚାୟତରେ ମଡେଲ ରୁରଲ ପାର୍କ, ପୋଖରୀ ଏବଂ ରାସ୍ତା ନିର୍ମାଣ କାର୍ଯ୍ୟରେ ସ୍ଥାନୀୟଲୋକଙ୍କୁ କାମ ଦେଇ ସେମାନଙ୍କର ରୋଜଗାର ବୃଦ୍ଧି କରିବା ସହିତ ଗ୍ରାମ୍ୟ ସମ୍ପତି ସୃଷ୍ଟି ଉପରେ ଧ୍ୟାନ ଦେବାକୁ କହିଛନ୍ତି । ବିଭିନ୍ନ ଯୋଜନାରେ ପାଉଥିବା ଭତା ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଜମା ଖାତାରେ ସିଧାସଳଖ ଜମା କରାଯିବ । ବିଧବା ମହିଳାଙ୍କୁ ଯଥାଶୀଘ୍ର ସେମାନଙ୍କର ଭତା ପ୍ରଦାନର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଗୁରୁତ୍ୱରୋପ କରିଛନ୍ତି ।

ସମସ୍ତ ବିଭାଗୀୟ ଅଧିକାରୀ , ବିଡିଓ,ତହସିଲଦାର ସୋମବାର ଦିନ ନିଜ କାର୍ଯ୍ୟାଳୟରେ ଜନଅଭିଯୋଗ ଶୁଣାଣୀ କରି ଅଂଚଳବାସୀଙ୍କ ଯଥା ସମ୍ଭବ ଶୀଘ୍ର ସମାଧାନ କରିବାକୁ କହିଛନ୍ତି । ଖଣି ଖାଦାନରୁ ବେଆଇନ ଖନନ, ଉତୋଳନ ଏବଂ ଚାଲାଣ ଉପରେ ତୀକ୍ଷଣ ନଜର ରଖି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତହସିଲଦାର ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

ସମସ୍ତଙ୍କର ସୁବିଧା ନିମନ୍ତେ ସମସ୍ତ ୮ଟି ତହସିଲରେ ରେଭେନ୍ୟୁ ରେଷ୍ଟହାଉସ ନିର୍ମାଣ ନିମନ୍ତେ ବ୍ୟବସ୍ଥା କରିବାକୁ କହିଛନ୍ତି । ସମ୍ଭାବ୍ୟ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ନିମନ୍ତେ ବିଡିଓ ଏବଂ ସମ୍ପୃକ୍ତ ଅଧିକାରୀମାନେ ସମସ୍ତ ପ୍ରକାର ପ୍ରସ୍ତୁତି କରିବାକୁ କହିଛନ୍ତି । ସମସ୍ତ ବ୍ଳକ କାର୍ଯ୍ୟାଳୟ ୩ଟି ଏନଏସି ଏବଂ ଢେଙ୍କାନାଳ ମୁନିସିପାଲିଟି କାର୍ଯ୍ୟାଳୟରେ କମ୍ପ୍ୟୁଟର ବ୍ୟବସ୍ଥା କରାଯାଇ ନିର୍ବାଚିତ ପ୍ରତିନିଧିମାନଙ୍କୁ କମ୍ପୟଟର ଜ୍ଞାନ କୌଶଳ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣର ଆଶଙ୍କା ଦେଖାଦେଇଥିବାରୁ ସମସ୍ତେ ମାସ୍କ ପରିଧାନ,ସାମାଜିକ ଦୂରତା ରକ୍ଷା, ପରିଷ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ଦେବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଶୋକ କୁମାର ଦାଶ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ପ୍ରିକସନ କୋଭିଡ ଟୀକା ନେବା ପାଇଁ ଆଗେଇ ଆସିବା ସହିତ କୋଭିଡ ଗାଇଡ ଲାଇନର ଅନୁପାଳନ କରିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ଚିକିତ୍ସାଳୟକୁ ଆସୁଥିବା ରୋଗୀ ଓ ଅଂଶୁଘାତରେ ଆକ୍ରାନ୍ତ ବ୍ୟକ୍ତିମାନଙ୍କୁ ନିଷ୍ଠାପର ଭାବେ ଉତମ ସେବା ଯୋଗାଇ ଦେବାକୁ ସେ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । କୋଭିଡ ଟେଷ୍ଟିଂ ଓ ଟୀକାକରଣକୁ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି ।

ଏହି ଭିଡିଓ କନଫରେନ୍ସିଂ ବୈଠକରେ ଅତିିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାଶ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନ, ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧାରାଣୀ ଧଳ, ଡିପିଏମ, ଏନଏଚଏମ ସୋନାଲୀ ପ୍ରିୟଦର୍ଶିନୀ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଜ୍ୟୋତ୍ସ୍ନା ରାୟ, ଡିଏସଏସଓ ଶୁଭେନ୍ଦୁ କୁମାର ଖୁଂଟିଆ, ଆପାତ କାଳୀନ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧା ଛାୟା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.

two × five =