ସପ୍ତଶଯ୍ୟା ଠାରେ ତୀର୍ଥ ଯାତ୍ରୀଙ୍କ ପାଇଁ ପାନୀୟ ଜଳ ଓ ଶୌଚାଳୟ ଲୋକାର୍ପିତ !

ଢେଙ୍କାନାଳ : ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ସପ୍ତଶଯ୍ୟା ଠାରେ ତିର୍ଥ ଯାତ୍ରୀମାନଙ୍କ ସୁବିଧା ପାଇଁ ପାନୀୟ ଜଳ ଓ ଶୌଚାଳୟ ଲୋକାର୍ପିତ କରାଯାଇଛି ।

ଏହି ଲୋକାର୍ପଣ ଉତ୍ସବରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଉଦଘାଟନ କରି ଲୋକାର୍ପିତ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଧାୟକ ସୁଧୀର କୁମାର ସାମଲ ଯୋଗଦେଇ ସପ୍ତଶଯ୍ୟା ପୀଠର ବିଭିନ୍ନ ଉନ୍ନତିମୁଳକ କାର୍ଯ୍ୟକରି ଏହି ପର୍ଯ୍ୟଟନ ସ୍ଥଳୀର ବିକାଶ କରାଯିବାକୁ ପଦକ୍ଷେପ ନିଆଯାଉଛି ବୋଲି ମତବ୍ୟକ୍ତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ସରୋଜ କୁମାର ସେଠୀ, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନ, ସଦର ଉପଜିଲ୍ଲାପାଳ ତଥା ଦେବୋତର ଅଧିକାରୀ ସୁଶ୍ରୀ ସ୍ନିଗ୍ଧାରାଣୀ ଧଳ, ସଦର ବ୍ଳକ ପଞ୍ଚାୟତ ସମିତି ଅଧ୍ୟକ୍ଷା ରାଜଶ୍ରୀ ନାୟକ, ସପ୍ତଶଯ୍ୟା ପଞ୍ଚାୟତ ସରପଞ୍ଚ ଅଭିମନ୍ୟୁ ବେହେରା,ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ସୁରେନ୍ଦ୍ର କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

ସୂଚନା ଥାଉକି ଏହି ପ୍ରକଳ୍ପ ୨୮.୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି । ସପ୍ତଶଯ୍ୟା ପାଦଦେଶରେ ତୋରଣ ନିର୍ମାଣ, ସୌନ୍ଦର୍ଯ୍ୟକରଣ ଏବଂ ବିଦ୍ୟୁତ ସରବରାହ ବ୍ୟବସ୍ଥା ଆଜି କରାଯାଇ ତୀର୍ଥ ଯାତ୍ରୀ ଏବଂ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ପ୍ରୟାସ କରାଯାଉଛି ବୋଲି ସାଂସଦ ଶ୍ରୀ ସାହୁ ସୂଚନା ଦେଇଥିଲେ ।

Leave A Reply

Your email address will not be published.

two − 1 =