ଆଇ.ସି.ଆଇ.ସି.ଆଇ ଫାଉଣ୍ଡେସନ ପକ୍ଷରୁ ଆମ୍ବୁଲାନ୍ସ ପ୍ରଦାନ !

ଢ଼େଙ୍କାନାଳ  : ଜିଲ୍ଲାବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉଦେଶ୍ୟରେ ଆଇସିଆଇସିଆଇ ଫାଉଣ୍ଡେସନ ପକ୍ଷରୁ ଏକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏହି ଆମ୍ବୁଲାନ୍ସକୁ ଜିଲ୍ଲାପାଳ ସରୋଜ କୁମାର ସେଠୀ ଲୋକାର୍ପଣ କରିଛନ୍ତି । ଏହି ଲୋକାର୍ପଣ ସମୟରେ ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାଶ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନ, ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧାରାଣୀ ଧଳ, ଜିଲ୍ଲା ମୁଖ୍ୟ ଚିକତ୍ସାଧିକାର ଡା.ଅଶୋକ କୁମାର ଦାଶ, ଆପାତକାଳୀନ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧାଛାୟା ମହାପାତ୍ରଙ୍କ ସମେତ ଆଇସିଆଇସିଆଇ ବ୍ୟାଙ୍କର ରିଟେଲ ରିଜିଓନାଲ ହେଡ ପ୍ରିୟଦର୍ଶୀ ପ୍ରଧାନ, ଷ୍ଟେଟ ହେଡ ଅରୂପ ମହାପାତ୍ର, ରିଜିଓନାଲ ହେଡ ମନୋଦ ଦାଶ, ଡିଷ୍ଟ୍ରିକ୍ଟ ମ୍ୟାନେଜର ସତ୍ୟନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଆମ୍ବୁଲାନ୍ସଟି ବିରାଶାଳ ସିଏଚସିରେ ରଖାଯାଇ ରୋଗୀଙ୍କ ସେବାରେ ନିୟୋଜିତ ହେବ ।  

Leave A Reply

Your email address will not be published.

four × two =