ଯୁବ ସାମ୍ବାଦିକା ରଶ୍ମିତା ଅଭିପ୍ସା ରୌପ୍ୟ ଜୟନ୍ତୀ ସମ୍ମାନ !

ଢେଙ୍କାନାଳ : ସାହିତ୍ୟ ସଂସ୍କୃତି ଓ ପରମ୍ପରାର ପ୍ରଚାରରେ ନିଜକୁ ନିୟୋଜିତ କରି ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା ଅଭିପ୍ସା ଅନୁଷ୍ଠାନର ରୌପ୍ୟ ଜୟନ୍ତି ସମାରୋହରେ କଟକ ସ୍ଥିତ ଶତାବ୍ଦୀ ଭବନରେ ମହାସମାରୋହରେ ଅନୁଷ୍ଠିତ ହୋଇଛି ।

ପ୍ରତିଷ୍ଠାତା ଓ ସମ୍ପାଦକ ସଂଗ୍ରାମ କେଶରୀ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ବରିଷ୍ଟ ସାହିତ୍ୟିକ ସୁଦର୍ଶନ ପଟ୍ଟନାୟକ, ସୁଷମା ପରିଜା, ଆଇନଜୀବି ବିଶ୍ୱଜିତ ମହାପାତ୍ର, ବିଶ୍ୱନାଥ କର, ସମାଜସେବୀ ସୁଲତା ପଣ୍ଡା ପ୍ରମୁଖ ଅତିଥି ଯୋଗଦେଇଥିଲେ ।

ଅନୁଷ୍ଠାନ ତରଫରୁ ସାମ୍ବାଦିକା ରଶ୍ମିତା ବେହେରାଙ୍କୁ ସମ୍ମାନିତ କରାଯାଇଛି । ସେ ଗଁଦିଆ ବ୍ଳକ ଅନ୍ତର୍ଗତ ନିହଲପ୍ରସାଦ ଗ୍ରାମର ସୁବାସ ବେହେରା ଓ ତପସ୍ୱିନୀ ବେହେରାଙ୍କ ସୁପୁତ୍ରି ଅଟନ୍ତି ।

Leave A Reply

Your email address will not be published.

eight + eleven =