ହନୁମାନ ବାଟିକା ଶ୍ରୀସଙ୍କଟ ମୋଚନ ହନୁମାନ ଜୀଉଙ୍କ ମନ୍ଦିରର ୧୪ତମ ପ୍ରତିଷ୍ଠା ଉତ୍ସବ ପାଳିତ !

ଢ଼େଙ୍କାନାଳ : ବସଷ୍ଟାଣ୍ଡ ସ୍ଥିତ ହନୁମାନ ବାଟିକା ଶ୍ରୀସଙ୍କଟ ମୋଚନ ହନୁମାନ ଜୀଉଙ୍କ ମନ୍ଦିରର ୧୪ତମ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।

ସକାଳେ ପାରମ୍ପରିକ ବୈଦିକ ନୀତିକାନ୍ତି ସହ ପୂଜାର୍ଚନା କରାଯାଇଥଲା। ହୋମଯଜ୍ଞ, ଶ୍ରୀରାମଚରିତ ମାନସ ପାରାୟଣ,
ଶ୍ରୀରାମଚନ୍ଦ୍ର ସ୍ତୋତ୍ର, ୧୦୮ ହନୁମାନ ଚାଳିଶା ପାଠ ଆଦି ଅନୁଷ୍ଠିତ ହୋଇଥଲା।

ସହରର ବହୁ ଶ୍ରଦ୍ଧାଳୁ ସାମିଲ ହୋଇଥଲେ। ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥଲା। ସେହିପରି ସନ୍ଧ୍ୟାରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥଲା। ବିଶିଷ୍ଟ କଣ୍ଠଶିଳ୍ପୀ ସୁଧାକର ମିଶ୍ର, ସୁଜାତା ରଥ, ମନୋଜ ପ୍ରଧାନ ଭଜନ ପରିବେଷଣ କରିଥିଲେ। ସନ୍ତୋଷ ରାଉତ, ରୁଦ୍ରନାରାୟଣ ତ୍ରିପାଠୀ, ଗଗନ ବିହାରୀପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ସୁଚାରୁ ରୂପେ ପରଚାଳନାରେ କରିଥିଲେ।

Leave A Reply

Your email address will not be published.

fifteen − fourteen =