ଗଁଦିଆ; ବ୍ରାହ୍ମଣୀ ନଦୀର ଗାଧୋଇବା ବେଳେ ଛାତ୍ର ଭାସିଯାଇ ମୃତ !

ଢେଙ୍କାନାଳ : ଗଁଦିଆ ବ୍ଲକ ରାଧାଦେଈପୁର ପଞ୍ଚାୟତ ନୂଆପଡା ଘାଟରେ ଅପରାହ୍ନରେ ଘଟିଛିଏହି ଦୁଃଖଦ ଘଟଣା।

ନଦୀ ଗାଧୋଇବାକୁ ସାଙ୍ଗ ହୋଇ ଯାଇଥିବା ୭ଜଣ ଛାତ୍ର ଗାଧୋଇବା ବେଳେ ବ୍ରାହ୍ମଣୀ ନଦୀର ପ୍ରଖର ସୁଅ ଟାଣିନେଲା ୩ଜଣଙ୍କୁ। ଘାଟ ନିକଟରେ ଥିବା ଲୋକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଦୁଇ ଜଣ ଉଦ୍ଧାର ହୋଇଥିବା ବେଳେ ଜଣେ ନବମ ଶ୍ରେଣୀର ଛାତ୍ରଙ୍କ ମୃତ୍ଯୁ ଘଟିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ସ୍କୁଲ ଛୁଟି ଥିବାରୁ ନୂଆପଡା ଗ୍ରାମର ୭ଜଣ ପିଲା ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥଲେ। ସେମାନଙ୍କ ମଧ୍ୟରେ ଥିଲେ ନବମ ଶ୍ରେଣୀର ଛାତ୍ର ସୁଧାବିନ୍ଦୁ ବେହେରା, ମୁନା ସାହୁଏବଂ ଶୁଭମ୍‌ ଜେନା। ନଦୀର ଗୋଟିଏ ପଟେ ପାଣି ଥିବାବେଳେ ସ୍ରୋତ ପ୍ରଖର ଥିଲା। ତେବେ ଏହାକୁ ଅନୁମାନ କରିପାରି ନଥିଲେ ସେମାନେ। ଫଳରେ ସୁଅ ମୁହଁରେ ପଡ଼ି ସମ୍ପୃକ୍ତ ୩ ଜଣ ଭାସିଯାଇଥିଲେ।

ସେଠାରେ ଗାଧୋଉଥବା ଲୋକମାନେ ମୁନା ଏବଂ ଶୁଭମ୍‌ଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିବା ବେଳେ ସୁଧାବିନ୍ଦୁ ଗଣ୍ଡରେ ବୁଡ଼ି ନିଖୋଜ ହୋଇଯାଇଥଲେ। ସୂଚନା ପାଇ ଅଗ୍ନଶମି କର୍ମଚାରୀ , ଓଡ୍ରାଫ୍‌ ଟିମ୍‌ ଏବଂ ପୋଲିସ କର୍ମଚାରୀ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରିରଖିଥଲେ।

ରାତିରେ ଘଟଣା ସ୍ଥଳର କିଛି ଦୂର କାଲୁରିଆ ଘାଟରେ ନିର୍ମାଣାଧୀନ ସେତୁ ନିକଟରୁ ତାଙ୍କ ମୃତଦେହକୁ ଠାବ କରାଯାଇଥଲା। ସୂଚନା ପାଇ ସ୍ଥାନୀୟ ଅଞ୍ଚଳବାସୀ, ଗ୍ରାମରକ୍ଷୀ, ପୋଲିସ କର୍ମଚାରୀ , ଓଡ୍ରାଫ୍‌ଟିମ୍‌ ପହଞ୍ଚି ମୃତଦେହ ଜବତ କରିଥିବା ଗଁଦିଆ ଥାନା ଅଧିକାରୀ ଅମ୍ବିତ ମହାନ୍ତି ସୂଚନା ଦେଇଛନ୍ତି।

ଅନ୍ୟପଟେ ଏହି ଦୁଃଖଦ ଘଟଣା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟିକରିଛି। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି ।

Leave A Reply

Your email address will not be published.

one × one =