ଭୁବନ; ସମ୍ପର୍କ ପକ୍ଷରୁ ମହାପାଟ ପୀଠରେ ସଫେଇ କାର୍ଯ୍ୟକ୍ରମ !

ଢେଙ୍କାନାଳ : ଭୁବନ ବ୍ଲକ ଭୁଷଳ ଗ୍ରାମପଞ୍ଚୟତ ଅନ୍ତର୍ଗତ କୀର୍ତ୍ତନପୁର ମହାପାଟ ମନ୍ଦିର ପରିସରରେ ସମ୍ପର୍କ ଅନୁଷ୍ଠାନ ଏକ ବୈଠକ ଅନୁଷ୍ଠିତ ହୋଇଛି ।

ସମ୍ପର୍କ ଅନୁଷ୍ଠାନ ର ମୁଖ୍ୟ ସୁଜିତ ଧୀର ଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ବାର୍ଷିକ ଯୋଜନା ବିଷୟରେ ଏକ ଯୋଜନା ପ୍ରସ୍ତୁତ କରାଯାଇଛି ।

ମହାପାଟ ପୀଠରେ ଯୁବକ ମାନଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଜିତେନ୍ଦ୍ର କୁମାର ଦାସଙ୍କୁ ସଂସ୍ଥାର ସମ୍ପର୍କ ପ୍ରମୁଖ ଭାବରେ ଘୋଷଣା କରାଯାଇଛି।ଏହି ପରିପ୍ରେକ୍ଷୀରେ ଭୁଷଳ ଗ୍ରାମପଞ୍ଚାୟତର କୀର୍ତ୍ତନପୁର ସ୍ଥିତ ସୁଆଖାଇ ବରଗଛ ମୂଳେ ଏକ ନିଶୁଳ୍କ ଜଳଛତ୍ର ବଣ୍ଟନ ବ୍ୟବସ୍ଥା ଶୁଭାରମ୍ଭ ହୋଇଅଛି |

ଏହି କାର୍ଯ୍ୟରେ ସମସ୍ତ ଯୁବପିଢ଼ି ସାହାଯ୍ୟ ସହଯୋଗ କରିଥିବାରୁ ଗ୍ରାମ ବାସୀ ସମସ୍ତଙ୍କୁ ଆନ୍ତରିକତାର ଧନ୍ୟବାଦ ଜଣାଇଥିଲେ । ଏହି ଜଳଛତ୍ର ଯୋଜନା ଚଳିତବର୍ଷ ଗ୍ରୀଷ୍ମପ୍ରଭାବ ପର୍ଯ୍ୟନ୍ତ ଜାରିରହିବ ବୋଲି ସଂପର୍କ ସଂସ୍ଥାର ସମ୍ପାଦକ ଜିତେନ୍ଦ୍ର ଦାସ ତାଙ୍କ ଅଭିଭାଷଣରେ ଜଣାଇବା ସହ ଆଗମୀ ଦିନରେ ଏମିତି ଅନେକ କାର୍ଯ୍ୟ କ୍ରମ କରାଯିବାର ସୁଚନା ଦେଇଥିଲେ ।

Leave A Reply

Your email address will not be published.

1 + 18 =