ଢେଙ୍କାନାଳ ଜିଲ୍ଲା ସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳନ !

ଢେଙ୍କାନାଳ : ସ୍ଥାନୀୟ ଲକ୍ଷ୍ମୀଧର ମୁନିସିପାଲିଟି ହାଇସ୍କୁଲ ଠାରେ ଜିଲ୍ଲା ସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି ।

ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ଜୁନିଅର ରେଡକ୍ରସର ସଭାପତି ନିବେଦିତା ପାଣି ଯୋଗଦେଇ ଜୀବନରେ ସେବା ମନୋବୃତି ରଖିପାରିଲେ ହିଁ ମନବ ଜୀବନ ସାର୍ଥକ ହୋଇଥାଏ ବୋଲି ଉପସ୍ଥିତ ଜୁନିୟର ରେଡକ୍ରସ ସଦସ୍ୟ ମାନଙ୍କୁ ଆହ୍ୱାନ ଜଣାଇଥିଲେ ।

ମୁଖ୍ୟ ବକ୍ତା ଭାବରେ ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ସସ୍ମିତା ସାହୁ ଜୁନିୟମ ମାନ ଙ୍କୁ ରେଡକ୍ରସର ପ୍ରତିଷ୍ଠାତା ଜିନ ହେନେରୀ ଡୁନାଂଟଙ୍କ ଜୀବନ ଦର୍ଶନରେ ଅନୁପ୍ରାଣିତ ହୋଇ ଦୁଃଖୀରଙ୍କିଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗୀକୃତ କରିବା ପାଇଁ ସୁପରାମର୍ଶ ପ୍ରଦାନ କରିଥିଲେ । ଶାରୀରିକ ଶିକ୍ଷା ନିରୀକ୍ଷକ ତଥା ଜୁନିୟର ରେଡକ୍ରସର ସମ୍ପାଦକ ସୁଶ୍ରୀ ସୌଦାମିନୀ ଦାସଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।

ଉକ୍ତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟଶ୍ରୀ ମିଶ୍ର ସଭାପତିତ୍ୱ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତା ‘ବି ହ୍ୟୁମାନ କାଇଣ୍ଡ’ ମାନବେ ଦୟା ପ୍ରଦର୍ଶନ ବିଷୟ ବସ୍ତୁ ଉପର ଜୁନିୟର ମାନଙ୍କ ମଧ୍ୟରେ କରାଯାଇଥିଲା । ଏହିପ୍ରତି ଯୋଗିତାରେ ଲକ୍ଷ୍ମୀଧର ହାଇସ୍କୁଲର ଛାତ୍ର ରୁଦ୍ରନାରାୟଣ ମିଶ୍ର ପ୍ରଥମ ସ୍ଥାନ, କାମାକ୍ଷାପ୍ରସାଦ ସରକାରୀ ଉଚ୍ଚ ବିଦ୍ୟାଳୟ ଗୋବିନ୍ଦପୁରର ଛାତ୍ର ବିଷ୍ଣୁପ୍ରସାଦ ମହାନ୍ତି ଦ୍ୱିତୀୟ ସ୍ଥାନ ଓ ଦାଶରଥୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ବିଷ୍ଣୁପ୍ରିୟା ସାହୁ ୩ୟ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥିଙ୍କ ଠାରୁ ପୁରସ୍କୃତ ହୋଇଥିଲେ ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନର ପ୍ରାୟ ଶତାଧିକ ଜୁନିୟର ଓ କାଉନସିଲର ଯୋଗଦାନ କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ରେଡକ୍ରସର ସାଧନ କର୍ମୀ ନରେଶ କୁମାର ମହାରଣା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ସହିତ ଧନ୍ୟବାଦ ଅର୍ପଣ କରିଥିଲେ । କାଉନସିଲର ସୁବ୍ରତ କୁମାର ମିଶ୍ର, ସୁଶିଲ କୁମାର ପଣ୍ଡା , ସ୍ମିଦିସୁଧା ଜେନା, ସୌଦାମିନୀ ଦଳେଇ, ସୁରୋଚନା ଭୁତିଆ, ସ୍ୱର୍ଣ୍ଣପ୍ରଭା ରାଉତ, ରସାନନ୍ଦ ସାହୁ, ପ୍ରଶାନ୍ତ ସାହୁ, ଦେବୀ ପ୍ରସାଦ ମିଶ୍ର, ମୀନକେତନ ପରିଡା ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

four × 5 =