ଅନ୍ତଃରାଷ୍ଟ୍ରୀୟ କୃଷ୍ଣ ଭାବନା ମୃତ ସଂଘ ଇସ୍କନ ଢେଙ୍କାନାଳ ଦ୍ଵାରା ଆଧ୍ୟାତ୍ମିକ କାର୍ଯକ୍ରମ ଅନୁଷ୍ଠିତ !

ଢ଼େଙ୍କାନାଳ : ସହର ସ୍ଥିତ ଅନ୍ତଃରାଷ୍ଟ୍ରୀୟ କୃଷ୍ଣ ଭାବନା ମୃତ ସଂଘ ଇସ୍କନ ଢେଙ୍କାନାଳ ଦ୍ଵାରା ପୁନର୍ବାର ଏକ ବିଶାଳ ଆଧ୍ୟାତ୍ମିକ କାର୍ଯକ୍ରମ ଆୟୋଜନ କରାଯାଇ ଥିଲା I

ଏହି ଆୟୋଜନ ହେଉଛି ଶ୍ରୀ ଶ୍ରୀମଦ୍ ଭକ୍ତି ଗୌରବ ନାରାୟଣ ସ୍ୱାମୀ ମହାରାଜ ଙ୍କ ଦ୍ଵାରା ଦୀକ୍ଷା ପ୍ରଦାନ କାର୍ଯ୍ୟକ୍ରମ I ଦୀକ୍ଷା ଯଜ୍ଞ ଅନୁଷ୍ଠାନ ରେ ପାଖା ପାଖି ଶହେ ଭକ୍ତ ଦୀକ୍ଷା ଗ୍ରହଣ କରିଛନ୍ତି I ଦୀକ୍ଷା ଯଜ୍ଞ ଅନୁଷ୍ଠାନ ର ପୂର୍ବ ଦିନ ସମସ୍ତ ଦୀକ୍ଷା ପ୍ରାର୍ଥୀ ଗଣ ଶ୍ରୀ ଶ୍ରୀମଦ୍ ଭକ୍ତି ଗୌରବ ନାରାୟଣ ସ୍ଵାମୀ ମହାରାଜ ଙ୍କୁ ସକ୍ଷାତ କରିଥିଲେ ।

ପରେ ପରେ ଅପରାହ୍ନ ୩.୩୦ ସମୟ ରେ ସମସ୍ତ ଦୀକ୍ଷା ପ୍ରାର୍ଥୀ ଭକ୍ତ ଗଣ ଢେଙ୍କାନାଳ ର ଦକ୍ଷିଣକାଳୀ ରୋଡ ସ୍ଥିତ ଗୋପୀନାଥ ଗାର୍ଡନେ ଠାରୁ ବାଜି ଚୋଉକ୍ ପର୍ଯ୍ୟନ୍ତ ଏକ ବିଶାଳ ନଗର ହରିନାମ ସଂକୀର୍ତ୍ତନ ପ୍ରାରମ୍ଭ କରିଥିଲେ । ଏହା ର ପରବର୍ତ୍ତୀ ଦିନ ଗୋପୀନାଥ ଗାର୍ଡନେ ଠାରେ ସକାଳ ୪.୩୦ ସମୟ ରେ ମଙ୍ଗଳ ଆରତୀ ପରେ ୫.୩୦ ସମୟ ରେ ଦୀକ୍ଷା କାର୍ଯ୍ୟକ୍ରମ ପ୍ରାରମ୍ଭ ହୋଇଥିଲା ।

ଶ୍ରୀ ଶ୍ରୀମଦ୍ ଭକ୍ତି ଗୌରବ ନାରାୟଣ ସ୍ଵାମୀ ମହାରାଜ ସଠିକ ୬.୦୦ ଘଟିକା ସମୟରେ ଯଜ୍ଞ ସ୍ଥାନ ରେ ଉପସ୍ଥିତ ହୋଇ ଥିଲେ । ଚାରି ଶହ ରୁ ଉର୍ଦ୍ଧ୍ୱ ଦର୍ଶନାର୍ଥି ଙ୍କ ସମାବେଶ ରେ ଯଜ୍ଞ ପ୍ରାରମ୍ଭ ହୋଇଥିଲା । ସମ୍ପୂର୍ଣ୍ଣ ଶୁଦ୍ଧତା କୁ ଧ୍ୟାନ ରେ ରଖାଯାଇ ଯଜ୍ଞ କର୍ମ ସମ୍ପାଦନ ହୋଇଥିଲା। ଦୀକ୍ଷା ର ପରିସମାପ୍ତି ପରେ ସମସ୍ତ ଦୀକ୍ଷା ପ୍ରାର୍ଥୀ ନିଜ ଗୁରୁ ଙ୍କ ପାଇଁ ଢେଙ୍କାନାଳ ସହର ମଧ୍ୟ କୁ ଭିକ୍ଷା ନିମିତ ଯାଇ ଥିଲେ ଏବଂ ଭିକ୍ଷା ସଂଗ୍ରହ ପରେ ସମସ୍ତ ଭିକ୍ଷା ମହାରାଜ ଙ୍କ ଚରଣ ରେ ସମର୍ପିତ କରିଥିଲେ।

ପରେ ଦିବ୍ୟ ମହାପ୍ରସାଦ ର ଆୟୋଜନ ହୋଇ ଥିଲା ।ମହାପ୍ରସାଦ ସେବନ ପରେ ସମସ୍ତ ଭକ୍ତ ଗୃହ କୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଇସ୍କନ ଢେଙ୍କାନାଳ ର ଅଧ୍ୟକ୍ଷ ଶ୍ରୀ ପ୍ରେମ କିଶୋର୍ ଦାସ ଆଗାମୀ ଏପରି ମହୋତ୍ସବ କୁ ସମସ୍ତ ଢେଙ୍କାନାଳ ବାସୀ ଙ୍କୁ ସାଦରେ ନିମନ୍ତ୍ରଣ ଜଣାଇଛନ୍ତି ।

Leave A Reply

Your email address will not be published.

four × four =