***ମୋ ମା’ ***
ସବୁଠୁ ମଧୁର ଲାଗେ ମୋତେ ମୋର ମାଆ
ସେ ଯେବେ ଡାକଇ ବାବୁ ଧନ ମୋ’ର ଆ’ ।
ଯେବେ ମୁଁ ଜନମ ନେଲି ତାହାରି କୋଳରେ
ସେ ଆନନ୍ଦେ ହସୁଥାଏ ଅତି ସ୍ନେହ ଭରେ ।
ପଡି ଉଠି ହାତ ଧରି ଶିଖିଲି ମୁଁ ଚାଲି
ଖେଳିଥିଲିତା’ସାଥେମୁଁକେତେ ଧୂଳି ବାଲି ।
ରୋଗ ବ୍ୟାଧି ବେଳେ ମୋ’ର ପାଶେ ରହିଥାଏ
ଖଣ୍ଡିଆ ଖାବରା ହେଲେ କେତେ କାନ୍ଦୁଥାଏ ।
ନିଜେ ନ’ଖାଇ ଖାଦ୍ୟ ମୋ’ତେ ଖୋଇ ଦିଏ
ଫେରିବା ବାଟକୁ ମୋ’ର ଚାହିଁ ରହିଥାଏ ।
ମାଆ କୋଳ ମୋ’ର ପରା ସରଗ ଅଟଇ
ତା’ ପାଖରେ ଥିଲେ ମୁହିଁ ଜଗତ ଜିତଇ ।
ଅମାନିଆ ମନ ଯେବେ ବାଟ ଭୁଲିଯାଏ
ବୁଝାଇ ସୁଝାଇ ସି’ଏ କାହାଣୀ ଶୁଣାଏ ।
ଖାଇବା ପଢିବା ଆ’ଉ ଶୋଇବା ବେଳରେ
ଆଦରେ ଖୋଇ ପଢାଏ ଯତ୍ନ ସହକାରେ ।
ଗାଳିମାଡ଼ ଦେଲେ ଲୁଚି ଲୁଚି କାନ୍ଦୁଥାଏ
ପିତା ମାତା ଗର୍ବ ତୁହି ବୋଲି ବୋଲୁଥାଏ ।
ମାଆ ଠାରୁ ବଳି କେହି ଜଗତରେ ନାହିଁ
ତା’ ଲାଗି ଆଜି ମୁଁ ସାରା ଦୁନିଆ ଦେଖଇ ।
ବାପା ମାଆ ଯଶ ନିଶ୍ଚେ ବଜାୟ ରଖିବି
ମାତା ପିତା ସ୍ୱପ୍ନକୁ ମୁଁ ସାକାର କରିବି ।
ଅନୁପମ ଦେବାଶିଷ ମିଶ୍ର,
ତୃତୀୟ ବର୍ଷ, ଦନ୍ତ ଚିକିତ୍ସା ବିଜ୍ଞାନ,ସୋମ ହସ୍ପିଟାଲସ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱ ବିଦ୍ୟାଳୟ, ଭୁବନେଶ୍ୱର