ଢେଙ୍କାନାଳ ବିଜେପି ଦାବୀ କଲା ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ତୁରନ୍ତ ମୁକ୍ତି !

ଢେଙ୍କାନାଳ : ବୁକ୍ ସର୍କୁଲାର୍ ୪୭ର ଅବମାନନା କରିବା ସହ ବିଶୃଙ୍ଖଳିତ ଆଚରଣ କରି ବିଧାୟକ ସୁବାଷ ପାଣିଗ୍ରାହୀଙ୍କୁ ଦୁର୍ବ୍ୟବହାର କରିଥିବା ତିଲେଇବଣି ବିଡିଓଙ୍କୁ ରାଜ୍ୟ ସରକାର ପରୋକ୍ଷ ଭାବେ ସମର୍ଥନ କରିବା ଓ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଅନ୍ୟାୟ ଭାବେ ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ଗିରଫକୁ ଢେଙ୍କାନାଳ ବିଜେପି ଦୃଢ ପ୍ରତିବାଦ କରିଛି ।

ବିଧାୟକଙ୍କୁ ଦୁର୍ବ୍ୟବହାର କରିଥିବା ସଂପୃକ୍ତ ବିଡିଓଙ୍କୁ ତୁରନ୍ତ ଗିରଫ କରି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମାନ୍ୟବର ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ନାମରେ କରାଯାଇଥିବା ମୋକଦ୍ଦମାକୁ ତୁରନ୍ତ ପ୍ରତ୍ୟାହାର କରି ତାଙ୍କୁ ନିଃସର୍ତର୍ ଭାବରେ ମୁକ୍ତ କରିବା ପାଇଁ ଏକ ଦାବୀପତ୍ର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଢେଙ୍କାନାଳ ବିଜେପି ତରଫରୁ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି ।

ଏହି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଞ୍ଜଳି ବେହେରା, ଶତୃଘନ ଜେନା, ରାଜ୍ୟ ମହିଳାମୋର୍ଚ୍ଚା ଉପସଭାନେତ୍ରୀ ନିରୋଜ ନଳିନୀ ମହାଳିକ, ପୂର୍ବତନ ନଗରପାଳ ସୁନିଲ୍ ଶର୍ମା, ଜିଲ୍ଲା ମିଡିଆ ସେଲ୍ ପ୍ରଭାରୀ ନବକିଶୋର ଗୁରୁ, ଜିଲ୍ଲା ଉପସଭାପତି ମାତୃପ୍ରସାଦ ନନ୍ଦ, ସନାତନ ବେହେରା, ଇତିଶ୍ରୀ ସାହୁ, ଜିଲ୍ଲା କୋଷାଧ୍ୟକ୍ଷ ସଞ୍ଜିବ ମହାପାତ୍ର, ପୂର୍ବତନ ଜିଲ୍ଲା ସଭାପତି ଦୀପକ ପଟ୍ଟନାୟକ, ପୂର୍ବତନ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପଦ୍ମଲୋଚନ ସାହୁ, ବରିଷ୍ଠ ଆଇନ୍‌ଜୀବୀ ବିଘ୍ନେଶ ଦୋରା, ନଗରମଣ୍ଡଳ ଯୁବମୋର୍ଚ୍ଚା ସଭାପତି ସଂକଳ୍ପ ଦାସ, ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟରଞ୍ଜନ ଭୂୟାଁ, ଅନିମେଶ୍ ଚାନ୍ଦ, ବିଶ୍ୱଜିତ୍ ପଣ୍ଡା, ସମୀର କୁମାର ସାହୁ, ଅଜିତ୍ କୁମାର ସାହୁ, ପ୍ରଶାନ୍ତ ଦଳେଇ ପ୍ରମୁଖ ସାମିଲ୍ ଥିଲେ ।

Leave A Reply

Your email address will not be published.

19 − 2 =