ଭୁବନ ; କର୍ମଚାରୀଙ୍କ ଅବ୍ୟବସ୍ଥା ଭିତରେ ଚାଲିଛି ଓଡିଶ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର !

ଢେଙ୍କାନାଳ : ଭୁବନ ବ୍ଳକ ଅନ୍ତର୍ଗତ ଓଡିଶ ପଞ୍ଚାୟତ ଅବସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ କର୍ମଚାରୀ ଅଭାବ ଦେଖା ଦେଇଥିବାରୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି ।

୧୯୯୨ ମସିହାରେ ପ୍ରାଥମିକ ସ୍ୱ୍‌ଥ୍ୟ କେନ୍ଦ୍ର ସ୍ଥାପିତ ହୋଇଥିବା ବେଳେ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଓଡିଶ, ବାରୁଆଁ(ବି), କହ୍ନେଇପାଳ, ଧଳପଡା ପଞ୍ଚାୟତର ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ୱ ଲୋକ ନିର୍ଭର କରିବା ସହ ଯାଜପୁର ଜିଲ୍ଲାର ପାଶ୍ୱର୍ବର୍ତୀ ଗାଁ ଗୁଡିକର ଲୋକମାନେ ଆସି ଚିକିତ୍ସା ପାଉଛନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସରକାର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଦିଗରେ ଗୁରୁତ୍ୱ ଦେଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱ ହୀନତା ଯୋଗୁ କେଉଁଠି ନା କେଉଁଠି ସ୍ୱାସ୍ଥ୍ୟ କ୍ଷେତ୍ରରେ ଅବ୍ୟବସ୍ଥା ଦେଖିବାକୁ ମିଳୁଛି । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଏମବିବିଏସ ଡାକ୍ତର,ଜଣେ ଆୟୁଷ ଡାକ୍ତର, ଫାର୍ମାସିଷ୍ଟ, ୱାର୍ଡ ଆଟେଣ୍ଡାଣ୍ଟ ଓ ସୁଇପର ନିଯୁକ୍ତି ପାଇବା କଥା ହେଲେ ଏଠି ଏମବିବିଏସ ଡାକ୍ତର ନିଯୁକ୍ତି ହୋଇନଥିବା ବେଳେ ଆୟୁଷ ଡାକ୍ତର ହାତରେ ଚାଲିଛି ସ୍ୱାସ୍ଥ୍ୟ କେନ୍ଦ୍ର । ଡ୍ରେସର ଓ ୱାର୍ଡ ଆଟେଣ୍ଡାଣ୍ଟ ନିଯୁକ୍ତି ହୋଇବି ଉଚିତ ସମୟରେ ଅନୁପସ୍ଥିତ ରହୁଥିବା ନେଇ ଲୋକମାନେ ଅଭିଯୋଗ କରୁଛନ୍ତି ।

ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତି ଦିଗରେ ଆଗେଇବା ପାଇଁ ଲକ୍ଷ୍ୟ ଲକ୍ଷ ଟଙ୍କାର ନୂତନ ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ ପରେବି ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ । କର୍ମଚାରୀମାନେ ଠିକ ସମୟରେ ଇପସ୍ଥତ ରହୁନଥିବାରୁ ଆଖପାଖ ଅଂଚଳରେ ଛୋଟ ମୋଟ ଦୁର୍ଘଟଣା ଘଟିଲେ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେ୍‌ନ୍ଦ୍ରକୁ ନେବାକୁ ପଡୁଛି ।

ଡାକ୍ତରଖାନା କର୍ମଚାରୀ ଅବ୍ୟବସ୍ଥା ଯୋଗୁଁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସମ୍ପର୍କରେ ବାରମ୍ବାର ଉଚ୍ଚପଦସ୍ତ ôଅଧିକାରୀ ମାନଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ । ଆଗାମୀ ଦିନରେ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ୟାର ସମାଧାନ ନହେଲେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

15 − 4 =