ଭୁବନ ; କାଳ ବୈଶାଖୀର ତାଣ୍ଡବ, ଭାଙ୍ଗିଲା ଘର : ଦୁଇ ଗୁରୁତର !

ଢେଙ୍କାନାଳ : ଭୁବନ ବ୍ଳକ ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ଶବର ସାହିରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି ।

ଏହି ସାହିର ଶାନ୍ତିଲତା ବାରିକଙ୍କ ସ୍ୱାମୀ ଗୋବୋରା ବାରିକଙ୍କ କାଳ ବୈଶାଖୀରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ପ୍ରବଳ ଝଡ ତୋଫାନ ସହ କାଳ ବୈଶାଖୀର ତାଣ୍ଡବରେ ଶାନ୍ତିଲତା ବାରିକଙ୍କ ଘର ପାଖରେ ଥିବା ବର ଗଛର ବିସ୍ତୃତ ଡାଳ ଭାଙ୍ଗି ଯିବା ଫଳରେ ପାଚେରୀ ଭାଙ୍ଗିବା ସହ ଘର ଆଜବେଷ୍ଟସ ଭାଙ୍ଗି ଯାଇଛି । ଯାହା ଫଳରେ ଶାନ୍ତିଲତା ବାରିକଙ୍କ ଦୁଇଟି ଗୋଡ ଭାଙ୍ଗି ସ୍ୱାମୀ ଗୋବୋରା ବାରିକ ଗୁରୁତର ଆହତ ହୋଇଛନ୍ତି ।

ଶାନ୍ତିଲତା ପ୍ରଥମେ ମାର୍ଥାପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏବଂ ପରେ ତାଙ୍କ ଅବସ୍ଥା ଗରୁତର ହେବାରୁ କାମାକ୍ଷାନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରଣ କରାଯାଇଛି । ଘଟଣା ସ୍ଥଳରେ ସରପଞ୍ଚ ରାଜେନ୍ଦ୍ର ମଲ୍ଲିକ ପହଞ୍ଚି ଉକ୍ତ ପରିବାରକୁ ଆଶ୍ୱାସନା ଦେବା ସହ ସରକାରୀ ସହାୟତା ପାଇଁ ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କ ସହ ଯୋଗାଯୋଗ କରିଛନ୍ତି ।

Leave A Reply

Your email address will not be published.

nineteen − 5 =