୩ୟ ରାଜ୍ୟସ୍ତରୀୟ ଫ୍ଲଡ୍‌ ଲାଇଟ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ ଉଦଘାଟିତ!

ଢ଼େଙ୍କାନାଳ: ଢ଼େଙ୍କାନାଳ ଷ୍ଟାଡିୟମ ଠାରେ ୩ୟ ରାଜ୍ୟସ୍ତରୀୟ ଫ୍ଲଡ୍‌ ଲାଇଟ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି ।

ଏହି ଟୁର୍ନାମେଣ୍ଟ ଜିଲ୍ଲା କ୍ରୀଡ଼ା ସଂଘ ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଛି । ଏହି ପ୍ରତିଯୋଗତାରେ କଟକ, ଭୁବନେଶ୍ୱର, ଅନୁଗୁଳ, ବରଗଡ଼, ଭଦ୍ରକ, ସୋନପୁର ସମେତ ୮ ଦଳ ଅଂଶଗ୍ରହଣ କରିଛନ୍ତି। ଆସନ୍ତା ୧୦ ତାରିଖରେ ଟୁର୍ନାମେଣ୍ଟ ଉଦଯାପିତ ହେବ।

ଏହି ଉଦଘାଟନୀ ମ୍ୟାଚ ସଂଘର୍ଷପୂର୍ଣ୍ଣ ହୋଇଥି ବେଳେ ମ୍ୟାଚରେ୍‌ କଟକ ସ୍ପୋର୍ଟସ ହଷ୍ଟେଲ ୧-୦ ଗୋଲରେ୍‌ ଜଗା ୟୁନାଇଟେଡ୍‌ କ୍ଲବକୁ ପରାସ୍ତ କରିଛି।

କଟକ ସ୍ପୋର୍ଟସ୍ ‌ ହଷ୍ଟେଲର ରଘୁ ମାରାଣ୍ଡି ମ୍ୟାଚ୍‌ର ୭୫ତମ ମିନିଟ୍‌ରେ ଏକମାତ୍ର ଗୋଲ୍‌ କରିଥିଲେ। ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ ନଳିନୀ କୁମାର ଦାସଙ୍କ ପୌରୋହିତ୍ୟରେ ସାସଂଦ ମହେଶ ସାହୁ , ବିଧାୟକ ସୁଧୀର ସାମଲ ଅତିଥିଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ।

ଜିଲାପାଳ ସରୋଜ କୁମାର ସେଠୀ, ଜିଲ୍ଲା କ୍ରୀଡ଼ା ଅଧକାରୀ ପ୍ରଦୀପ୍ତ ମହାନ୍ତି, ଉପନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, କ୍ରୀଡ଼ା ସଂସଦ ଉପସଭାପତି ସଞ୍ଜୟ ଭଞ୍ଜ, ସହସମ୍ପାଦକ ମନୋଜ ପଟ୍ଟନାୟକ, ଗୌରାଙ୍ଗ ସେଠୀ, ସରୋଜ ପାଢ଼ୀ, ସୁଶାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.

seven − three =