ଜିଲ୍ଲାପାଳଙ୍କ ଦ୍ୱାରା ଖବର କାଗଜ ବିତରଣ ସଂସ୍ଥାରେ କାର୍ଯ୍ୟରତ ବିତରକଙ୍କୁ ପରିଚୟ ପତ୍ର ପ୍ରଦାନ !

ଢେଙ୍କାନାଳ : ଜିଲ୍ଲା କାର୍ଯ୍ୟାଳୟରେ ବିଭିନ୍ନ ଖବରକାଗଜ ବିତରଣ ସଂସ୍ଥାରେ କାର୍ଯ୍ୟରତ ବିତରକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା ।

ଜିଲ୍ଲାପାଳ ସରୋଜ କୁମାର ସେଠୀ ଉକ୍ତ ପରିଚୟପତ୍ର ବଣ୍ଟନ କରିଥିଲେ।ଖବରକାଗଜ ବିତରକଙ୍କୁ ରାଜ୍ୟ ସରକାର
ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିବାରୁ ସେମାନେ ଖୁସି ବ୍ୟକ୍ତ କରିବା ସହିତ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରସନ୍ନ କୁମାର ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାରଦା ପ୍ରସାଦ ମହାନ୍ତି ଉପସ୍ଥିତ ଥିଲେ। ପରିଚୟପତ୍ର ନେଇ ନ ଥିବା ବିତରକମାନେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରୁ ଏହାକୁ ସଂଗ୍ରହ କରିବା ନେଇ ସୂଚନା ଦିଆଯାଇଛି।

ରାଜ୍ୟ ସରକାର ଖବରକାଗଜ ବିତରକଙ୍କୁ ଛଅ ହଜାର ଟଙ୍କା ଆନୁଷଙ୍ଗିକ କୋଭିଡ୍‌ ସହାୟତା ପ୍ରଦାନ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହଛନ୍ତି ।

Leave A Reply

Your email address will not be published.

12 + 18 =