ଢେଙ୍କାନାଳ: ଜିଲ୍ଲା କୃଷି ବିଭାଗ ପକ୍ଷରୁ ଅକ୍ଷୟ ତୃତୀୟା କୃଷକ ଦିବସ କାମାକ୍ଷାନଗର ବ୍ଳକ ଅନ୍ତର୍ଗତ କମଗରାପାଟଣା ଠାରେ ପାଳିତ ହୋଇଯାଇଛି ।
ଏହି ଅବସରରେ ଖଣି,ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅକ୍ଷିମୁଠି ଅନୁକୁଳ କରିବା ସହିତ ଆମର ଅନ୍ନଦାତା କୃଷକ ବନ୍ଧୁମାନଙ୍କୁ ଉଚିତ ସମ୍ମାନ ଦେବା ପାଇଁ ଆହ୍ୱାନ କରିଥିଲେ । ଏଥିସହିତ କୃଷକ ଓ କୃଷି କାର୍ଯ୍ୟପ୍ରତି ଙମାନସିକତାରେ ପରିବର୍ତନ ଆସିପାରିଲେ କୃଷକ ମାନଙ୍କ ପ୍ରତି ପ୍ରକୃତ ସମ୍ମାନ ହୋଇପାରିବ ବୋଲି ମତବ୍ୟକ୍ତ କରିବା ସହିତ ଗତାନୁଗତିକ ଧାରାରେ କୃଷି କାର୍ଯ୍ୟ ନକରି ବର୍ତମାନର ପାଣିପାଗ ଓ ଜଳବାୟୁକୁ ଅନୁଧ୍ୟାନ କରି ଚାଷ କାର୍ଯ୍ୟ କରିଲେ ଉତ୍ପାଦନ ବୃଦ୍ଧି ସହିତ ରୋଗଗାର ବୃଦ୍ଧି ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରକାଶ କରିଥିଲେ ।
ଏହି ଅବସରରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଚାଷ ଓ ଚାଷୀଙ୍କ ଉନ୍ନତି ନିମନ୍ତେ ଜୈବିକ ସାରର ପ୍ରୟୋଗର ଆବଶ୍ୟକ ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅଂଶୁମାନ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିବା ଅବସରରେ କୃଷି ବିଭାଗ ତରଫରୁ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ ।
ଏହି ଉତ୍ସବରେ ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ ଗୀତାଶ୍ରୀ ପାଢୀ,ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରଦୀପ୍ତ କୁମାର ଭୁୟାଁ, କାମାକ୍ଷାନଗର ବିଡିଓ ବିକାଶ କୁମାର ମହାନ୍ତି,ବ୍ଳକ ଚେୟାରମ୍ୟାନ ପ୍ରେମାନନ୍ଦ ସାହୁ, ଏନଏସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା, କମଗରାପାଟଣା ସରପଂଚ ଶିଶିରକାନ୍ତ ବେହେରା, ଜିଲ୍ଲା ପରିଷଦ ସଭ୍ୟ/ ସଭ୍ୟା, ସମିତି ସଭ୍ୟ, ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା, ଶକ୍ତିସୁଗାର ଏବଂ ଆଇକାରଦାର୍ । କର୍ମକର୍ତା, ଚାଷୀ ଭାଇ,ଭଉଣୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ
ଏହି ଅବସରରେ ସପ୍ତଶଯ୍ୟା ପଂଚାୟତର ସଦେଇବେରେଣୀ ଗ୍ରାମ ଠାରେ ଜିଲ୍ଲାପାଳ ଶ୍ରୀ ସେଠୀ, ସରପଞ୍ଚ ଅଭିମନ୍ୟୁ ବେହେରା, ପ୍ରକଳ୍ପ ନିର୍ଦ୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ଶ୍ରୀମତୀ ପାଢୀ, ଓରମାସର ସିଇଓ, ନିରୋଦ ଜେନା, ସପ୍ତଶଯ୍ୟା ଫାର୍ମର ପରିଚାଳକ ତ୍ରିଲୋଚନ ଗୋଛୀ ପ୍ରମୁଖ ଆମ୍ବ ଚାରା ରୋପଣ କରିଥିଲେ ।