ଘୋଷଯାତ୍ରା ପାଇଁ ବିଳମ୍ବ ଘଟିଲା ରଥ ନିର୍ମାଣ ଅନୁକୂଳ : ସହଯୋଗ କଲାନି ବନବିଭାଗ !

ଢେଙ୍କାନାଳ : ଅକ୍ଷୟ ତୃତୀୟା ଅବସରରେ ପବିତ୍ର ରଥ ଯାତ୍ରାପାଇଁ ଆଜି ସହରର ରଥଗଡା ସ୍ଥିତ ରଥଖଳା ଠାରେ ନିର୍ମାଣ ହେବାକୁ ଥିବା ସ୍ଥିରିକୃତ ରହିଥିବା ବେଳେ ବନବିଭାଗର ଅସହଯୋଗ ଯୋଗୁ ରଥଖଳାରେ ରଥକାଠ ବିଳମ୍ବରେ ପହଞ୍ଚିଥିଲା ।

ମଧ୍ୟାହ୍ନ ୧୨ ଘଟିକା ପରେ ପୂଜକଙ୍କ ଦ୍ୱାରା ଆଜ୍ଞାମାଳ ଅଣାଯାଇ ରଥ ନିର୍ମାଣ ଲାଗି ଅଖ କାଠ ଅନୁକୁଳ ହୋଇଯାଇଛି । ସେଠାରେ ରଥ ନିର୍ମାଣ ପାଇଁ ଆସିଥିବା ଅଖ କାଠକୁ ପୂଜାର୍ଚ୍ଚନା କର।।ଯିବା ସହ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ପରେ ରଥ ନିର୍ମାଣର ମୁଖ୍ୟ ବିଶ୍ୱକର୍ମା ଅଶୋକ କୁମାର ମହାପାତ୍ରଙ୍କ ପାରମ୍ପରିକ ନୀତିରେ ଯଥାବିଦ୍ଧି ନୂତନ ବସ୍ତ୍ର ପ୍ରଦାନ କରାଯାଇ ରଥ କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା ।

ଏହି ଅନୁକୁଳ କାର୍ଯ୍ୟରେ ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀ, ସେବକ ଶମ୍ଭୁନାଥ ମହାପାତ୍ର, ପ୍ରମୂଖ ଉପସ୍ଥିତ ଥିଲେ । ପ୍ରକାଶ ଥାଉ ଯେ ରଥ ଅନୁକୁଳ ପାଇଁ ଢେଙ୍କାନାଳ ବନଖଣ୍ଡ ପକ୍ଷରୁ ରାଜରାଜୁଡା ଅମଳରୁ ୩ ଖଣ୍ଡ ଧଉରା କାଠ ଆସି ପହଞ୍ଚିବାର ବିଧି ରହିଥିଲେ ମଧ୍ୟ ବନବିଭାଗ ଦେବୋତର ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ପତ୍ରକୁ ଅଣଦେଖା କରି ରଥକାଠ ପହଞ୍ଚାଇବାରେ ବିଳମ୍ବ କରିଥିଲେ । ଯାହାକି ଚର୍ଚ୍ଚାର ବିଷୟ. ହୋଇଥିଲା । ପରେ ବନବିଭାଗ ବହୁ ବିଳମ୍ବରେ ରଥକାଠ ରଥ ଖଳାରେ ପହଁଚାଇଥିଲେ । ୨ ବର୍ଷ ଧରି କରୋନା କଟକଣା ଯୋଗୁ ରଥଯାତ୍ରା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ପ୍ରଭୂ ଜଗନ୍ନାଥଙ୍କର ରଥଯାତ୍ରା ହେବାର ଆଶା ଉଦ୍‌ଜୀବିତ ରହିଛି । ମାତ୍ର ବନ ବିଭାଗର ଏଭଳି ନୀତିକୁ ନେଇ ବୁଦ୍ଧିଜୀବି ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।ଢେଙ୍କାନାଳ ସହରରେ ଅନୁଷ୍ଠିତ ହେବାକୁ ଥିବା ୨ଟି ରଥ ପାଇଁ ୨ ଖଣ୍ଡ ଅଖ ପାଇଁ କାଠ ଅନୁକୁଳ ହୋଇଥିବା ବେଳେ କପିଳାସ ଦେଓଗାଁ ଠାରେ ହେବାକୁ ଥିବା ରଥ ପାଇଁ ଅନ୍ୟ ଏକ ଅଖକାଠ ପୂଜାର୍ଚ୍ଚନା କରାଯାଇଥିଲା । ଏହି ରଥ ନିର୍ମାଣ ପାଇଁ ଆବଶ୍ୟକ ଅନୁଯାୟୀ ଧଉରା କାଠ,ଶାଳକାଠ ବନବିଭାଗ ପକ୍ଷରୁ ଯୋଗାଇ ଦିଆଯଯିବ ବୋଲି ଦେବୋତର ନିରୀକ୍ଷକ ପ୍ରଦ୍ୟୁମ୍ନ ତ୍ରିପାଠୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

2 × three =