ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି ଇଦ୍‌ପର୍ବ :ନମାଜ ସ୍ଥଳୀକୁ ଯାଇ ଶୁଭେଚ୍ଛା ଜଣାଇଲେ ରାମଚନ୍ଦ୍ର ପାତ୍ର !

ଢେଙ୍କାନାଳ : ଦୁଇ ବର୍ଷ ଧରି କୋଭିଡ କଟକଣା ପରେ ଢେଙ୍କାନାଳ ସହରରେ ଆନନ୍ଦ ଉଲ୍ଲାସର ସହ ଇଦ୍ ପର୍ବ ପାଳିତ ହୋଇଯାଇଛି ।

ମୁସଲିମ ସମ୍ପ୍ରଦାୟର ପ୍ରମୁଖ ପର୍ବ ଭାବେ ଇଦୁଲ ଫିତର ପାଳିତ ହୋଇଯାଇଛି । ଏକ ମାସ ବ୍ୟାପି ରମଜାନରେ ରୋଜା ବ୍ରତ ରଖି ମୁସଲିମ ସମ୍ପ୍ରଦାୟର ଲୋକମାନେ ଆଜି ଉଦ୍ୟାପନ ଅର୍ଥାତ ଇଦ୍ ପର୍ବ ପାଲନ କରିଛନ୍ତି । ତେବେ କରୋନା କଟକଣା ଉଠି ଯାଇଥିବା ଯୋଗୁ ସେମାନଙ୍କର ଏହି ପର୍ବ ଆନନ୍ଦର ସହ ପାଳନ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ।

ଏହି ଅବସରରେ ଢେଙ୍କାନାଳ ସହରର ମୀନା ବଜାର ସ୍ଥିତ ଜାମା ମସଜିଦ ଓ କାଞ୍ଚନ ବଜାର ସ୍ଥିତ ମୋତି ମସଜିଦରେ ମୁସଲିମ ସମ୍ପ୍ରଦାୟର ଲୋକମାନେ ତାଙ୍କ ପର୍ବ ସମୁହ ନମାଜ ପାଠ କରି ପାଳନ କରିଥିଲେ । ଯାହାଫଳରେ ମସଜିଦ ଅଂଚଳରେ ଲୋକାରଣ୍ୟ ଦେଖିବାକୁ ମିଳିଥିଲା । ମୁସଲିମ ସମ୍ପ୍ରଦାୟ ଲୋକମାନେ ସମୁହ ନମାଜ ପାଠ ପରେ ପରସ୍ପରକୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥିଲେ । ମହିଳାମାନେ ସମସ୍ତେ ନିଜ ନିଜ ଘରେ ନମାଜ ପାଠ କରିଥିବା ଜଣାପଡିଛି ।

ଚଳିତ ବର୍ଷର ଏହି ପର୍ବ ମୁସଲିମ ସମ୍ପ୍ରଦାୟର ଲୋକମାନଙ୍କ ମଧ୍ୟରେ  ଉତ୍ସାହ ଉଦ୍ଦିପନା ଦେଖା ଦେଇଥିବାର ପ୍ରକାଶ କରିଛନ୍ତି ଜାମା ମସଜିଦର ସଭାପତି ଓ ସମ୍ପାଦକଙ୍କ ସମେତ ସଦସ୍ୟ ନୁରୁଲ  ଇସଲାମ ।ଏହି ଅବସରରେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର ନମାଜ ସ୍ଥଳୀକୁ ଯାଇ ମୁସଲିମ ସମ୍ପ୍ରଦାୟ ବ୍ୟକ୍ତିଙ୍କୁ ଶୁଭେଚ୍ଛା ଜଣାଇଥିଲେ । 
Leave A Reply

Your email address will not be published.

two × 2 =