ସଡ଼କ ସୁରକ୍ଷା ବ୍ୟବସ୍ଥା ସୁଦୃଢ କରିବା ପାଇଁ ଟାଟା ଷ୍ଟିଲ ମେରାମଣ୍ଡଳୀର ପଦକ୍ଷେପ !

ଢେଙ୍କାନାଳ : ଟାଟା ଷ୍ଟିଲ ମେରାମଣ୍ଡଳୀରେ ସୁରକ୍ଷା ବ୍ୟବସ୍ଥାକୁ ସର୍ବଦା ଅଗ୍ରାଧିକାର ଦିଆଯାଇଛି ।

କାରଖାନା ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଏହି ପ୍ରମୁଖ ଇସ୍ପାତ କମ୍ପାନୀ ପକ୍ଷରୁ ୫୫ ନମ୍ବର ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ଦ୍ୱାରା ସୃଷ୍ଟି ହେଉଥିବା ଟ୍ରାଫିକ୍ ଜାମ୍‌କୁ ହ୍ରାସ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି ।

କାରଖାନକୁ ଭିତରକୁ ଆସୁଥିବା ଟ୍ରକ୍‌ଗୁଡ଼ିକୁ ପାର୍କିଂ ସ୍ଥାନ ଯୋଗାଇ ଦେବା ପାଇଁ ବର୍ତମାନ କାର୍ଯ୍ୟକ୍ଷମ ଥିବା ପାର୍କିଂ ସ୍ଥାନ ବ୍ୟତୀତ ଆହୁରି ୩ଟି ନୂତନ ପାର୍କିଂ ସ୍ଥାନ ବିକଶିତ କରାଯାଇଛି । ଇଟପା ଗ୍ରାମ ନିକଟରେ ଥିବା ୬.୮ ଏକର ଜମିରେ ଏଭଳି ଏକ ବଡ଼ ପରିବହନ ପାର୍କିଂ ସ୍ଥାନ ବିକଶିତ କରାଯାଇଛି । ଏଠାରେ ଗୋଟିଏ ପ୍ରବେଶ ଓ ଗୋଟିଏ ପ୍ରସ୍ଥାନ ଫାଟକ ସହିତ ପାର୍କିଂ ୟାର୍ଡ଼ ଭିତରେ ସୁରକ୍ଷା ଯାଂଚ ପାଇଁ ୩ଟି ଚେକ୍ ପଏଂଟ ଏବଂ ୧୨୦ଟି ଗାଡ଼ି ପାର୍କିଂ ବ୍ୟବସ୍ଥା ରହିଛି । ଏଠାରେ ପ୍ରତିଦିନ ୨୭୦ଟି ବଡ଼ ଟ୍ରକ୍ ଓ ଟ୍ରଲର ପାର୍କିଂ କରିପାରୁଛନ୍ତି ।

ଏହାବ୍ୟତୀତ ଏଠାରେ ଡ୍ରାଇଭରମାନଙ୍କ ସୁବିଧା ପାଇଁ ନିଜସ୍ୱ କ୍ୟାଣ୍ଟିନ ‌, ବିଶ୍ରାମ କକ୍ଷ ଓ ଶୌଚାଳୟର ବ୍ୟବସ୍ଥା କରାଯାଇଛି । ସମସ୍ତ ସୁରକ୍ଷା ନିୟମର ପାଳନ କରୁଥିବା ଗାଡ଼ିକୁ ଏଠାରେ ପାର୍କିଂ କରିବାକୁ ଦିଆଯାଏ ଏବଂ ଲୋଡ଼ିଂ ଓ ଅନ୍‌ଲୋଡ଼ିଂ ସ୍ଥାନରୁ ଡାକରା ନ ଆସିବା ପର୍ଯ୍ୟନ୍ତ ଓ ପ୍ରବେଶ ନିଷେଧ ସମୟରେ କୌଣସି ଟ୍ରକ୍‌କୁ କାରଖାନା ଭିତରକୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯାଏ ନାହିଁ ।

ଏହାବ୍ୟତୀତ କାରଖାନାର ସାମଗ୍ରୀ ପରିବହନ ଫାଟକ ନିକଟରେ ୨ଟି ଅତିରିକ୍ତ ପାର୍କିଂ ୟାର୍ଡ଼ ବିକଶିତ କରାଯାଇଛି, ଯେଉଁଠାରେ ୯୦ଟି ଗାଡ଼ିର ପାର୍କିଂ ବ୍ୟବସ୍ଥା କରାଯାଇଛି । ଏଠାରେ ଡ୍ରାଇଭରମାନଙ୍କ ପାଇଁ ଶୌଚାଳୟ ଓ ସୁରକ୍ଷା ପ୍ରଶିକ୍ଷଣ କେନ୍ଦ୍ର ମ୍ମ ନିର୍ମାଣ କରାଯାଇଛି ।

ଏହାସହିତ ଭବିଷ୍ୟତରେ ଆହୁରି ୧୦୦ଟି ଟ୍ରକ୍ ପାଇଁ କାରଖାନା ପାଶ୍ୱର୍ବର୍ତୀ ୫୫ ନଂ.ଜାତୀୟ ରାଜପଥ ନିକଟରେ ଆଉ ଏକ ପାର୍କିଂ ସ୍ଥାନ ବିକଶିତ କରାଯିବାର ଯୋଜନା ରହିଛି ବୋଲି ଟାଟା ଷ୍ଟିଲ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.

11 − eight =