ଭାରତମାତା ସେବା ଅନୁଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର !

ଢେଙ୍କାନାଳ : ଢେଙ୍କାନାଳ ଭାରତ ମାତା ସେବା ଅନୁଷ୍ଠାନ, ପର୍ଜଙ୍ଗ ବ୍ଲକ୍ ସମ୍ବାଦ “”ଆମ ଓଡିଶା” ମିଳିତ ଆନୁକୂଲ୍ୟରେ ଆଜି ପର୍ଜଙ୍ଗ ବ୍ଲକ୍ ସାଆନ୍ଦା ସରସ୍ୱତୀ ଶିଶୁ ମନ୍ଦିର ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା ।

ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସଞ୍ଜୟ ସାହୁଙ୍କ ତତ୍ୱାବଧାନରେ ଶିବିର ଅନୁଷ୍ଠିତ ହୋଇଥିଲା । ଅତିଥି ଭାବେଯୋଗ ଦେଇଥିଲେ ସାଆନ୍ଦା ପଂଚାୟତର ସରପଞ୍ଚ ଜୟନ୍ତୀ ଦାସ, ପୂର୍ବତନ ସମିତିସଭ୍ୟା ପ୍ରତିମା ପରିଡା, ଢେଙ୍କାନାଳ ଭାରତ ମାତା ସେବା ଅନୁଷ୍ଠାନର ସଭାପତି ଇଂ ବାବୁଚାନ୍ଦ ମହାଳିକ, ସମ୍ପାଦକ ଶକ୍ତି ପ୍ରସାଦ ନନ୍ଦ, ଏହି ଶିବିରରୁ ୭୨ ୟୁନିଟି ରକ୍ତ ସଂଗ୍ରହ ହୋଇଥିଲା ।

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପର୍ଜଙ୍ଗ ଖଣ୍ଡ ଆବାହକ ରାଜେନ୍ଦ୍ର ପ୍ରସାଦ ସାହୁ, ସମ୍ବାଦ “”ଆମ ଓଡିଶା ” ବ୍ଲକ୍ ସଂଯୋଜକ ସୁବଳ ରାଉତ, ଶିଶୁ ମନ୍ଦିରର ବରିଷ୍ଠ ଆଚାର୍ଯ୍ୟ ହେମନ୍ତ ସାହୁ, ଚାନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦୀପ ସାହୁଙ୍କ ସମେତ ଶିଶୁମନ୍ଦିରର ସମସ୍ତ ଗୁରୁଜୀ, ଗୁରୁମା ଙ୍କ ସହଯୋଗରେ ଶିବିର ଅନୁଷ୍ଠିତ ହୋଇଥିଲା । ଢେଙ୍କାନାଳ ରକ୍ତ ଭଣ୍ଡାରର ବରିଷ୍ଠ ଟେକ୍‌ନିସିଆନ୍ ପରମାନନ୍ଦ ପଣ୍ଡା ନିଜ ଟିମ୍ ସହ ରକ୍ତ ସଂଗ୍ରହ କରିଥିଲେ ।

Leave A Reply

Your email address will not be published.

one × three =