ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ !

ଢେଙ୍କାନାଳ : ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଶ୍ୟାମାଚରଣପୁର ସ୍ଥିତ ସେୟାର ସଭାଗୃହ ଠାରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ ହୋଇଯାଇଛି ।

ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ.ଜଗନ୍ନାଥ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଯୋଗଦେଇ ପ୍ରାଣୀ ସମ୍ପଦ ପାଳିବା ଓ ଏହାଦ୍ୱାରା ସ୍ୱାବଲମ୍ବୀ ହୋଇପାରିବା ବିଷୟରେ ଆଲୋକପାତ କରିଥିବା ବେଳେ ପ୍ରାଣୀ ଚିକିତ୍ସା ସେବାର ସୁଦୃଢିକରଣ ସମ୍ପର୍କରେ ଆଲୋଚନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସିଡିଓ ଅଂଶୁମାନ ପଟ୍ଟନାୟକ, ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫୁଲ୍ଲ ପଢିଆରୀ, ସିଡିଏଚ ଗୀତାଶ୍ରୀ ପାଢୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରଦୀପ୍ତ କୁମାର ଭୁୟାଁ, ନାବାର୍ଡ ଡିଜିଏମ ଜ୍ଞାନେନ୍ଦ୍ର ରାଉତ,ଏଲଡିଏମ ସନୋଜ ସିଂ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରାଣୀ ସମ୍ପଦର ବିକାଶ ସମ୍ପର୍କରେ ଆଲୋଚନା କରିବା ସହ ଏହାର ପାଳନ ଓ ଏଥିରେ ସ୍ୱାବଲମ୍ବୀ ହେବାପାଇଁ ସରକାରଙ୍କର ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ ।

ସଭାପତି ସିଡିଭିଓ ଡ.ନନ୍ଦ ଢେଙ୍କାନାଳ ଜିଲ୍ଲାରେ ପ୍ରାଣୀ ସମ୍ପଦର ବିକାଶ ସମ୍ପର୍କରେ କହିଥିବା ବେଳେ ଜିଲ୍ଲାରେ ପଶୁ ପକ୍ଷୀମାନଙ୍କ ଚିକିତ୍ସା ନିମନ୍ତେ ମୋଟ ୧୮ଟି ପ୍ରାଣୀ ଚିକିତ୍ସାଳୟ ରହିଥିବାର ସୂଚନା ଦେଇଥିଲେ । ଏଥି ସହିତ ୯୦ଟି ଏଲଆଇ ସେଂଟର କାର୍ଯ୍ୟକ୍ଷମ ଥିବା ବେଳେ ୪୬ ଜଣ ଏହାକୁ ପରିଚାଳନା କରୁଥିବା ବିଷୟରେ ସୂଚନା ଦେଇଥିଲେ । ଢେଙ୍କାନାଳ ଜିଲ୍ଲାରେ ୬ ଲକ୍ଷ ୬୭ହଜାର ଅଣ୍ଡା ପ୍ରତିଦିନ ଉତ୍ପାଦନ ହୋଇ ଜିଲ୍ଲାର ଚାହିଦା ମେଂଟାଇବା ସହିତ ପଡୋଶୀ ରାଜ୍ୟ ଛତିଶଗଡ ଓ ବିହାର ରାଜ୍ୟକୁ ଅଣ୍ଡା ରପ୍ତାନୀ କରାଯାଉଥିବା ବିଷୟ ଜଣାଇଥିବା ବେଳେ ୧୦ଟି ଡାଏରୀ ଫାର୍ମ ମାଧ୍ୟମରେ ଦୁଗ୍ଧ ଉତ୍ପାଦନ କରାଯାଉଛି ବୋଲି କହିଥିଲେ ।

ଚଳିତ ବର୍ଷ ବିଶ୍ୱପ୍ରାଣୀ ଚିକିତ୍ସା ଦିବସ ଅବସରରେ ରାଜ୍ୟରେ ଜିଲ୍ଲାର ସପ୍ତସତୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ସୁବ୍ରତ କୁମାର ରଥଙ୍କୁ ପ୍ରଥମ ଭାବେ ପୁରସ୍କୃତ କରାଯାଇଥିବା ବେଳେ ଜିଲ୍ଲାରେ ଅଣ୍ଡା ଉତ୍ପାଦନ ପାଇଁ ଚାଷୀ ବିଜୟ କୁମାର ସାହୁଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଜିଲ୍ଲା ସ୍ତରରେ ପରଜଙ୍ଗ ରଘୁନାଥପୁର ଏଲଆଇ ହୃଷିକେଶ ବେହେରା ଏବଂ କଙ୍କଡାହାଡ ବିରାଶାଳ ଏଲଆଇ ଚିତରଂଜନ କବିଶତପଥୀ, ରାସୋଳର ଭାସ୍ ଡ.ଅଭିଷେକ ସାହୁ, ହିନ୍ଦୋଳର ଭିଡି ଡ.ରଶ୍ମୀ ସିଂ, ଗଁଦିଆ ଡିଭିଓ ଡ. କୃଷ୍ଣଚନ୍ଦ୍ର ମଲ୍ଲିକ, ଭୁବନ ଡିଭିଓ ଡ.ସୁଧାଂଶୁ ଶେଖର ବାରିକ, ଓଡାପଡାର ଭାସ୍ (ଏମଭିୟୁ) ଡ.କୈଳାଶ ଶତପଥୀ, କଙ୍କଡାହାଡରେ ଡ.ରାଜନାରାୟଣ ବେେହେରାଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।

ସେହିପରି ଗଁଦିଆ ବ୍ଳକ ମହାପଦାର ମା ସପ୍ତସତୀ ସ୍ୱୟଂ ସହାୟକ ଗୋଷ୍ଠୀ, ହିନ୍ଦୋଳ ବ୍ଳକ ବୁହାଳିପାଳର ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ପୁରସ୍କୃତ କରାଯାଇଥିଲାଙ୍ଖାଅଣ୍ଡା ଉତ୍ପାଦନରେ ଡ.ମାନସ ରଞ୍ଜନ ଦାଶ, ବ୍ରଏଲର ପାଇଁ ହରେକୃଷ୍ଣପୁରର ମନମୋହନ ପୃଷ୍ଟି ଓ କେନ୍ଦୁପଡାର ମା ସରସ୍ୱତୀ ସ୍ୱୟଂ ସହାୟକ ଗୋଷ୍ଠି , ଡାଏରୀ ଫାର୍ମିଂରେ ଦେଓଗାଁର ସୁଶାନ୍ତ କୁମାର ଶତପଥୀ, ଛେଳି ଚାଷରେ ସାଙ୍କୁଲେଇର ରଶ୍ମିତା ସ୍ୱାଇଁ,ଲମ୍ବୋଦରପୁରର ବିଣାପାଣୀ ବରାଳ, ଘୁଷୁରୀ ଚାଷରେ ଖଜୁରିଆର ଆକାଶ ବେହେରା ଓ ବାଟଗାଁର ମାନସ ବରାଳ ଏବଂ ଠେକୁଆ ଚାଷରେ ହିନ୍ଦୋଳ ମାଧପୁରର ମହେନ୍ଦ୍ର ପ୍ରଧାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଏଡିଭିଓ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

three × five =