ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ !

ଢେଙ୍କାନାଳ : ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀକ ଶ୍ରମିକ ଦିବସ ପାଳିତ ହୋଇଯାଇଛି ।

ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଖଣି,ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକ ଦିବସ ପାଳନର ଇତିହାସ ୧୮୮୬ ମସିହାଠାରୁ ଶ୍ରମିକଙ୍କ ତାଙ୍କ ୮ ଘଣ୍ଟା କାର୍ଯ୍ୟ ଦାବୀରୁ ଆରମ୍ଭର ଶ୍ରମିକ ଦିବସ ସୂଚନା ଦେବା ସହିତ ଶ୍ରମିକଙ୍କର ଉନ୍ନତି ନିମନ୍ତେ ସରକାରଙ୍କର ଆଭିମୁଖ୍ୟ ତାହାର ସଫଳ ରୂପାୟନ ନିମନ୍ତେ ଜିଲ୍ଲା ଶ୍ରମ ବିଭାଗ, ଜିଲ୍ଲା ପ୍ରଶାସନ ଓ ସମସ୍ତ ଶ୍ରମିକ ସଂଗଠନକୁ ଆହ୍ୱାନ ଦେଇଥିଲେ ।

ସମସ୍ତ ବିକାଶରେ ଶ୍ରମିକଙ୍କ ଅବଦାନ ଅତୁଳନୀୟ ଓ ସରକାରଙ୍କର ସମସ୍ତ ଯୋଜନାର ଲାଭ ପ୍ରକୃତ ଶ୍ରମିକଙ୍କ ନିକଟରେ ପହଁଚାଇବା ପାଇଁ ସମସ୍ତ ଶ୍ରମିକ ନେତା ତତ୍ପର ହୋଇ ଦେଶର ବିକାଶ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ସଭାପତି ଶ୍ରୀ ସେଠୀ ଶ୍ରମିକଙ୍କ ସମସ୍ତ ଯୋଜନାରେ ଆର୍ଥିକ ସହାୟତା ଶ୍ରମିକଙ୍କର ଜମା ଖାତାରେ ପ୍ରଦାନ କରିବାକୁ ପ୍ରାଧାନ୍ୟ ଦେବା ସହିତ ଶିଶୁ ଶ୍ରମିକଙ୍କୁ ଠାବକରି ସେମାନଙ୍କର ଥଇଥାନ ତଥା ଶିକ୍ଷା ଗ୍ରହଣ ନିମନ୍ତେ ବିଧିବଦ୍ଧ ବ୍ୟବସ୍ଥା କରିବାକୁ ଶ୍ରମ ବିଭାଗ ତଥା ଅନ୍ୟାନ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।

ଜିଲ୍ଲାପାଳ ଶ୍ରୀ ସେଠୀ ଜିଲ୍ଲାରେ ସମସ୍ତଙ୍କ ନିମନ୍ତେ ଶିକ୍ଷାକୁ ଏକ ଆନ୍ଦୋଳନ ରୂପ ଦେବା ନିମନ୍ତେ “ଇଚ୍ ୱାନ ଟିଚ୍ ୱାନ”କ୍ରମରେ ପ୍ରତ୍ୟେକ ନାଗରିକ ଜଣଙ୍କୁ ସର୍ବନିମ୍ନ ଶି କ୍ଷା ପ୍ରଦାନକୁ ଅନୁରୋଧ କରିବା ସହ ବିଭିନ୍ନ ଶ୍ରମ ଆଇନରେ ଥିବା ପ୍ରାବଧାନ ବିଷୟରେ ଅବଗତ କରାଇବାକୁ ଅନୁରୋଧ କରିଥିଲେ । ଆଜି କାର୍ଯ୍ୟକ୍ରମରେ ୧୯୩ଜଣ ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ ଯୋଜନାରେ ୧ କୋଟି ୨୩ ଲକ୍ଷ ୯୬ହଜାର ୪ଶହ ଟଙ୍କା ଓ ୬ ଜଣ ଅଣସଂଗଠିତ ଶ୍ରମିକଙ୍କ ପରିବାରକୁ ୬ ଲକ୍ଷ ଟଙ୍କା ମୃତ୍ୟୁକାଳୀନ ସହାୟତା ରାଶି ମୁଖ୍ୟ ଅତିଥି ଶ୍ରୀ ମଲ୍ଲିକ ପ୍ରଦାନ କରିଥିଲେ ।

ଅନ୍ୟତମ ଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନ ଯୋଗଦେଇ ଜିଲ୍ଲା ସ୍ତରରେ ନିୟମିତ ସଚେତନତା ଶିବିର ଆୟୋଜନ କରି ଲୋକଙ୍କ ମଧ୍ୟରେ ଶ୍ରମ ଆଇନରେ ଥିବା ବିଭିନ୍ନ ପ୍ରାବଧାନ ତଥା ଶ୍ରମିକଙ୍କର ଅଧିକାର ସମ୍ବନ୍ଧରେ ସଚେତନ କରିବା ନିମନ୍ତେ କହିଥିଲେ । ପ୍ରାରମ୍ଭରେ ଜିଲ୍ଲ୍‌ା

ଶ୍ରମ ଅଧିକାରୀ ସତ୍ୟନାରାୟଣ ଆଚ୍ଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣରେ ଶ୍ରମିକଙ୍କର ତଥା ଶ୍ରମିକ ସଂଗଠନ ଓ ଜନସାଧାରଣଙ୍କୁ ପ୍ରକୃତ ନିର୍ମାଣ ଶ୍ରମିକ ତଥା ଅଣସଂଗଠିତ ଶ୍ରମିକଙ୍କ ସାମାଜିକ ସୁରକ୍ଷା ବୋର୍ଡ ଅଧିନରେ ପଂଜିକୃତ ହୋଇ ବୋର୍ଡ ତରଫରୁ ପ୍ରଦାନ କରାଯାଉଥିବା ସମନ୍ୱୟ ଯୋଜନାର ଲାଭ ଉଠାଇବା ସହିତ ଶିଶୁଙ୍କୁ ପାଠ ପଢାଇବା ଓ ୧୮ ବର୍ଷରୁ କମ୍ କନ୍ୟାସନ୍ତାନଙ୍କୁ ବିବାହ ନ କରିବା ପାଇଁ ପ୍ରବର୍ତାୟୀ ଥିଲେ ।

Note: TDnews

ଶେଷରେ ଶ୍ରମ କାର୍ଯ୍ୟାଳୟ ତରଫରୁ ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ଶ୍ରମିକ ଦିବସରେ ସମାଜର ବିଶ୍ୱକର୍ମା -ମୁଁ ଶ୍ରମିକ-ମୁଁ ଗର୍ବିତ ସମ୍ବଳିତ ଗୋଟିଏ ଗୋଟିଏ ଟୋପି ଅତିଥି ମାନଙ୍କ ଦ୍ୱାରା ଉପସ୍ଥିତ ଶ୍ରମିକ ମାନଙ୍କୁ ପ୍ରଦାନ କରାଯାଇଥିଲା । ଶ୍ରମିକ ନେତା ବାସୁଦେବ ସାହୁ ଧନ୍ୟବାଦ ଅର୍ପଣ କରିବା ସହ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ସହଶ୍ରମ ଅଧିକାରୀ ସଂଗ୍ରାମ ଦଳେଇ ,ରଂଜନ ବରାଳ ଓ ହଳଧର ବରାଳ ଶ୍ରମ ନିରୀକ୍ଷକ ତଥା ବୋର୍ଡର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.

1 × 5 =