ନୀତା ନୃତ୍ୟାଙ୍ଗନା ଅନୁଷ୍ଠାନ ତରଫରୁ ଆନ୍ତର୍ଜାତୀୟ ନୃତ୍ୟ ଦିବସ ପାଳନ !

ଢେଙ୍କାନାଳ : ଢେଙ୍କାନାଳ ସହରର ଗୋପବନ୍ଧୁ ଟାଉନ୍ ହଲ୍‌ଠାରେ ସହରର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ନୀତା ନୃତ୍ୟାଙ୍ଗନା ଅନୁଷ୍ଠାନ ତରଫରୁ ଆନ୍ତର୍ଜାତୀୟ ନୃତ୍ୟ ଦିବସ ପାଳନ କରାଯାଇଅଛି ।

ନୃତ୍ୟଗୁରୁ ଜ୍ୟୋତ୍ସ୍ନାମୟୀ ମିଶ୍ର, ନୃତ୍ୟଗୁରୁ ସବିତା ଧିର୍‌, ନୃତ୍ୟାଙ୍ଗନା ତାପସୀ ମିଶ୍ର, ରାଜ୍ୟ ସାହିତ୍ୟ ଏକାଡେମୀ ସଦସ୍ୟା ଡ. ପୁଷ୍ପଲତା ରଥ ଉକ୍ତ ଉତ୍ସବକୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଆନ୍ତର୍ଜାତୀୟ ନୃତ୍ୟ ଦିବସର ଗୁରୁତ୍ୱ ଉପରେ ଆଲୋକପାତ କରି ଜ୍ୟୋତ୍ସ୍ନାମୟୀ ମିଶ୍ର ନୃତ୍ୟାଙ୍ଗନା ମାନଙ୍କୁ ଉତ୍ସାହିତ କରିବା ପାଇଁ ସମଜାର ପ୍ରତ୍ୟେକ ଶ୍ରେଣୀର ଆବଶ୍ୟକତାକୁ ଆଲୋଚନା କରିଥିବାବେଳେ ନୃତ୍ୟାଙ୍ଗନା ତାପସୀ ମିଶ୍ର ସେ ସମୟରେ ଢେଙ୍କାନାଳରେ ନୃତ୍ୟ ଶିକ୍ଷାର ସୁବିଧା ଓ ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ ।

ନୃତ୍ୟଗୁରୁ ସବିତା ଧିର ପିଲାମାନଙ୍କୁ ନୃତ୍ୟ ଶିକ୍ଷାରେ ଅଭିଭାବକ ମାନଙ୍କ ଭୂମିକା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଡ. ପୁଷ୍ପଲତା ରଥ ନୃତ୍ୟ ସଂଗୀତ ସହିତ ସାହିତ୍ୟର ସଂପର୍କ ଆଲୋଚନା ପୂର୍ବକ ସୁସ୍ଥ ସମାଜ ଗଠନରେ ଏସବୁର ଆବଶ୍ୟକତା କେତେ ମହତ୍ୱ ରଖେ ସେ ସଂପର୍କରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ସଭାପତି ସୁଚିସ୍ମିତା ମାନାଙ୍କ ସଭାପତିତ୍ୱରେ ସଭା ପରିଚାଳନା କରିଥିଲେ ସୁଶାନ୍ତ ପାଣି । ଉକ୍ତ ଉତ୍ସବରେ ନୃତ୍ୟଗୁରୁ ସମୀର ପୃଷ୍ଟି, ନୃତ୍ୟାଙ୍ଗନା ଋତୁପର୍ଣ୍ଣା ରାଉତ ଓ ସମାଜସେବୀ ସଜନୀ ସାହୁଙ୍କୁ ସମ୍ମାନିତ କରାଯାଇଥିଲା ।

ସହରର ସମସ୍ତ ନୃତ୍ୟ ଅନୁଷ୍ଠାନର ନୃତ୍ୟଗୁରୁ, ନୃତ୍ୟାଙ୍ଗନା ମାନଙ୍କ ଦ୍ୱାରା ଚିତାକର୍ଷକ ନୃତ୍ୟ ଓ ସଙ୍ଗୀତ ପରିଚାଳନା କରାଯାଇଥିଲା । ସମସ୍ତ ନୃତ୍ୟଶିଳ୍ପୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ଆଶିଷ କୁମାର ପାଲ୍ ଉତ୍ସବର ଆଭିମୁଖ୍ୟ ପ୍ରଦାନ ସହ ଧନ୍ୟବାଦ ପ୍ରଦାନ
କରିଥିଲେ ।

Leave A Reply

Your email address will not be published.

sixteen + 2 =