ସ୍କୁଲ୍ ସ୍ତରୀୟ ଚତୁର୍ଥ ମାଷ୍ଟର୍ କପ୍ ଚେସ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ !

ଢେଙ୍କାନାଳ : ଢେଙ୍କାନାଳ ଟାଉନ୍‌ସ୍ଥିତ ବ୍ରିଟିସ୍ ପବ୍ଲିକ୍ ସ୍କୁଲ୍ ପରିସରରେ ୪ର୍ଥ ମାଷ୍ଟର ଚେସ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି ।

ଏହି ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ମ୍ୟୁନିସିପାଲିଟି ୬ନଂ ୱାର୍ଡର କାଉନ୍‌ସିଲର ସନ୍ଦୀପ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଓ ଜିଲ୍ଲା ଚେସ୍ ଆସୋସିଏସନ୍‌ର ସହ-ସମ୍ପାଦକ ଅଶୋକ କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ପ୍ରତିଯୋଗିତାରେ ସର୍ବମୋଟ୍ ୩୦ଜଣ ପ୍ରତିଯୋଗୀ ଭାଗନେଇଛନ୍ତି ।

ଉକ୍ତ ପ୍ରତିଯୋଗିତାକୁ ଫିଡେସ୍ ଆର୍‌ବିଟର୍ ସନ୍ତୋଷ କୁମାର ମହାପାତ୍ର ପରିଚାଳନା କରୁଛନ୍ତି ଏବଂ ସୁଶାନ୍ତ କୁମାର ଦାସ ଓ ଅମୀୟ କୁମାର ପତି ତାଙ୍କୁ ସହଯୋଗ କରୁଛନ୍ତି । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ତେଜସ୍ୱୀ ଶାଶ୍ୱତ ମହାପାତ୍ର, ଆର୍‌. ଲିଟିଲ୍ ଲିପ୍ସା, ଆରିୟନ୍ ରାଉତ ଓ ପ୍ରଭୁଦତ ପଣ୍ଡା ଅଗ୍ରଣୀ ଅଛନ୍ତି । ଆସନ୍ତା କାଲି ଉଦ୍‌ଯାପନୀ ଦିବସରେ ବାକି ତିନିରାଉଣ୍ଡ ଖେଳ ହେବ ।

Leave A Reply

Your email address will not be published.

thirteen − four =