ୟୁକୋ ଆର୍‌ସେଟିର ଦକ୍ଷତା ବୃଦ୍ଧି ନିମନ୍ତେ ତାଲିମ୍‌ !

ଢେଙ୍କାନାଳ : ସ୍ଥାନୀୟ ସୀତାଦେବୀ ଗ୍ରାମୀଣ ମହିଳା ପ୍ରଶିକ୍ଷଣ କୁଟୀର, ମହେନ୍ଦ୍ରପୁର, ଗଦାଶିଳା ଠାରେ ୟୁକୋ ଆର୍‌ସେଟି ତରଫରୁ ୧୦ଦିନ ଧରି ଚାଲିବାକୁ ଥିବା ମହମବତୀ,ଫିନାଇଲ୍‌ , ବ୍ଲିଚିଙ୍ଗ୍ ପାଉଡର ତାଲିମ୍ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ ଆର୍‌ବିଆଇ ରିଟାର୍ଡ ଇଡି ଡ. ରବି ନାରାୟଣ ମିଶ୍ର, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନ, ସଦର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦାଶରଥୀ ଜେନା, ପରିଚାଳକ ଏ.ଆର୍‌.ବି.ଡି. ଏଚ୍‌.ଓ କୋଲ୍‌କାତା ବିଜୟ କୁମାର, ସମ୍ବଲପୁର ୟୁକୋ ବ୍ୟାଙ୍କ ମଣ୍ଡଳ ପ୍ରମୁଖ ମେଜର ବିକ୍ରାନ୍ତ ଟଣ୍ଡନ, ଜି.ଏମ୍‌. ଏସ୍‌.ଏଲ୍‌.ବି.ସି. ଭୁବନେଶ୍ୱର ଅରୁପାନନ୍ଦ ଜେନା, ଗଦାଶିଳା ଗ୍ରାମପଞ୍ଚାୟତର ସରପଞ୍ଚ ଓ ଆର୍‌.ଏସ୍‌.ଇ.ଟି.ଆଇର ନିର୍ଦ୍ଦେଶକ ବିଶ୍ୱ ଭାରତୀ ସାହୁ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ତାଙ୍କ ବକ୍ତବ୍ୟରେ କିଭଳି ମହିଳାମାନେ ତାଲିମ୍ ନେଇ ରୋଜଗାର ହୋଇପାରିବେ ଏବଂ ବ୍ୟାଙ୍କ ସହାୟତାରେ ଋଣ ନେଇ ରୋଜଗାର ହୋଇପାରିବେ ଦର୍ଶାଇଥିଲେ ।

ଅନୁଷ୍ଠାନର ପ୍ରଶିକ୍ଷକ ଚିନ୍ମିୟ କୁମାର ଜେନା, ସୁଚିତ୍ରା ଗଡନାୟକ ଏବଂ ଅଫିସ୍ ସହାୟକ କାଦମ୍ବରୀ ମହାଖୁଡ ପ୍ରମୁଖ କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ ।

Leave A Reply

Your email address will not be published.

four × three =