ବିଟ୍ କଲେଜ୍ ପକ୍ଷରୁ ପରୀକ୍ଷାର୍ଥୀମାନଙ୍କୁ ଦହି ସର୍ବତ ବଣ୍ଟନ!

ଢେଙ୍କାନାଳ : +୨ ପରୀକ୍ଷାର ଦ୍ୱିତୀୟ ଦିନରେ ଢେଙ୍କାନାଳ ଜିଲ୍ଲା ଉତ୍କଳମଣୀ ଗୋପବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ଆବାସିକ ଶିକ୍ଷା ଅନୁଷ୍ଠାନ ବାଜି ରାଉତ ଡିଗ୍ରୀ କଲେଜ୍ (ବି.ଆଇ.ଇ.ଟି.) ପକ୍ଷରୁ ଦହି ସର୍ବତ ବଂଟନ କରାଯାଇଛି ।

ପରୀକ୍ଷା ସକାଳ ୮ ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟାରେ ଶେଷ ହୋଇଛି । ମଧ୍ୟାହ୍ନ ସମୟରେ ହେଉଥିବା ଅଗ୍ନିବର୍ଷା ଭଳି ଖରା ଦାଉରୁ ସାଧାରଣତଃ ରକ୍ଷା ପାଇବା ପାଇଁ ଏହି ବ୍ୟବସ୍ଥାର ଆୟୋଜନ କରାଯାଇଛି । ଏହି ଜଳଛତ୍ର କେନ୍ଦ୍ରରେ ଗୋବିନ୍ଦପୁର ସରପଞ୍ଚ ଅରୁଣ ପରିଡା ପହଞ୍ଚି ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସର୍ବତ ବାଣ୍ଟିଥିଲେ । ଆମେ ବି ଜଣେ ବିଦ୍ୟାର୍ଥୀ ଏହି ଖରାରେ ବହୁ ଦୂରରୁ ଆମ ଭାଇଭାଉଣୀମାନେ ଆସୁଛନ୍ତି ତେଣୁ ଏହା ଆମର କର୍ତବ୍ୟ ବୋଲି ବିଟ୍ କଲେଜର ଛାତ୍ର କହିଛନ୍ତି ।

Leave A Reply

Your email address will not be published.

14 − 5 =