ସମ୍ବଲପୁର ବିଶ୍ୱ ବିଦ୍ୟାଳୟରୁ ପିଏଚଡି ପାଇଲେ ଯୁବ ଅଧ୍ୟାପିକା ଓ ଗବେଷିକା ଅପରାଜିତା ପ୍ରିୟଦର୍ଶିନୀ !

ଢେଙ୍କାନାଳ : କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଅନନ୍ତପୁର ସାହିର ଅପରାଜିତା ପ୍ରିୟଦର୍ଶିନୀ ସମ୍ବଲପୁର ବିଶ୍ୱ ବିଦ୍ୟାଳୟରୁ “ଫୁଡ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି”ରେ ପି.ଏଚ.ଡି ଯୋଗ୍ୟତା ଅର୍ଜନ କରିଛନ୍ତି ।

ସେ ଓ.ୟୁ.ଏ.ଟି. ଭୁବନେଶ୍ୱରର ପ୍ରଫେସର କଳ୍ପନା ରାୟଗୁରୁ ଓ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଡ.ଚନ୍ଦ୍ରଶ୍ରୀ ଲେଙ୍କାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗବେଷଣା କରୁଥିଲେ ଏବଂ ତାଙ୍କ ଗବେଷଣାର ବିଷୟ ବସ୍ତୁ ହେଉଛି “ଏଫିକାସୀ ଅଫ ଓହମିକ ହିଟିଂ ଆଣ୍ଡ ପୋଷ୍ଟ ହାର୍ଭେଷ୍ଟ ପ୍ରସେସିଂ ଆଣ୍ଡ ପ୍ରିଜର୍ଭେସନ ଅଫ ମ୍ୟାଙ୍ଗୋ” ।

ଏଫିକାସୀ ଅଫ ଓହମିକ ହିଟିଂ ଇନ ପୋଷ୍ଟ ହାର୍ଭେଷ୍ଟ ପ୍ରସେସିଂ ଆଣ୍ଡ ପ୍ରିଜର୍ଭେସନ ଅଫ ମ୍ୟାଙ୍ଗୋ ଉକ୍ତ ନିର୍ବନ୍ଧଟି ଆନନ୍ଦ କୃଷି ବିଶ୍ୱ ବିଦ୍ୟାଳୟ ,ଗୁଜୁରାଟର ବରିଷ୍ଠ ପ୍ରଫେସର ଆଶିଷ କୁମାର ଶର୍ମା ଓ ଡ.ହ୍ରିଦ୍ୟେଶ ପାଣ୍ଡେଙ୍କ ଦ୍ୱାରା ପରିକ୍ଷିତ ହୋଇ ଉଚ୍ଚ ପ୍ରସଂଶିତ ହୋଇଅଛି । ଅପରାଜିତା (ଲିଜି) ହେଉଛନ୍ତି ବାଟଗାଁ ନିବାସୀ ବରିଷ୍ଠ ଓକିଲ ଓ ନୋଟାରୀ ଦିଲ୍ଲୀପ କୁମାର ବରାଳ ଓ କାମାକ୍ଷାନଗର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସଂଯୁକ୍ତାରାଣୀ ନାୟକଙ୍କର ଜ୍ୟେଷ୍ଠା କନ୍ୟା ଏବଂ ସ୍ୱର୍ଗତ ସୁକୁମାର ବରାଳ ଓ ମୁରଲୀଧର ନାୟକଙ୍କ ଜ୍ୟେଷ୍ଠା ନାତୁଣୀ ଅଟନ୍ତି ।

ତାଙ୍କ ସଫଳତାର ଶ୍ରେୟ ସେ ପରମବନ୍ଦନୀୟା ଶ୍ରୀମା,ଗାଇଡ ଶିକ୍ଷକ, ଭାଇ ଓ ଭଉଣୀମାନଙ୍କୁ ଓ ତାଙ୍କ ପରିବାର ବର୍ଗ ତଥା ତାଙ୍କୁ ସହଯୋଗର ହାତ ପଢାଇଥବାରୁ ସମସ୍ତ ଶୁଭେତ୍ସୁ ମାନଙ୍କୁ ଜଣାଇଛନ୍ତି । ତାଙ୍କର ଏ ସଫଳତାରେ କାମାକ୍ଷାନଗର ଅଂଚଳରେ ଆନନ୍ଦର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.

11 − nine =