ବିଚିତ୍ର ଶିକ୍ଷାନୀତି:ଶୀତଳି ଘରୁ ଶିଶୁମାନଙ୍କର ଭାଗ୍ଯ ନିର୍ଦ୍ଧାରଣ : ଅସହ୍ଯ ଖରା ସହି ନପାରି ଛାତ୍ରୀ ନିସ୍ତେଜ !

ଢ଼େଙ୍କାନାଳ: ବିଚିତ୍ର ଶିକ୍ଷାନୀତି।ଶୀତଳି ଘରୁ ଶିଶୁମାନଙ୍କର ଭାଗ୍ଯ ନିର୍ଦ୍ଧାରଣ କରୁଥିବା ସରକାର ଅସହ୍ଯ ଖରା ରେ ସ୍କୁଲ ବନ୍ଦ ଥିବାବେଳେ ପରୀକ୍ଷା ଚାଲୁ ରହିଚି। ଯାହାକି ଅତ୍ୟଧିକ ଖରାରେ କୋମଳମତି ଛୁଆ ପରୀକ୍ଷା ଦେବାକୁ ଯାଇ ଗରମରେ ଡହଳବିକଳ ହେଉଛନ୍ତି।

କାମାକ୍ଷାନଗର ବ୍ଲକ କଣ୍ଟାପାଳ ପଞ୍ଚାୟତ କଣ୍ଟାପାଳ ଗ୍ରାମ ଶ୍ରୀମୁଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଆସିଲା ସାଙ୍ଘାତିକ ଛବି ।

ଆଜି ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଦେବା ନିମନ୍ତେ କଣ୍ଟାପାଳ ଗ୍ରାମର ଦିବାକର ବେହେରାଙ୍କ କନ୍ଯା ଦିପ୍ତିମୟୀ ବେହେରା ଆଜି କାମାକ୍ଷାନଗର ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ରେ ପରିକ୍ଷା ଦେଇ ଫେରୁଥିବା ସମୟରେ ଅତ୍ୟଧିକ ଖରା ହେତୁ ମୁର୍ଛା ଯାଇଥିଲେ ।

ଏହାପରେ ଅସୁସ୍ଥ ଛାତ୍ରୀଙ୍କୁ ଶ୍ରୀମୁଳା ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ତୁରନ୍ତ ନିଆଯାଇଥିଲା ଅଂଶୁଘାତ ର ଚିକିତ୍ସା ନିମନ୍ତେ । ତେବେ ସ୍ବାସ୍ଥ୍ୟକେନ୍ଦ୍ର ର ମୁଖ୍ଯ ଫାଟକ ବନ୍ଦ ଥିବା ଦେଖି ଅଭିଭାବକ ଜଣକ ନିରାଶ ହୋଇଥିଲେ । ପରିସ୍ଥିତି କିଛି ସମୟ ଲାଗି ଯନ୍ତ୍ରଣାଦାୟକ ଦୃଶ୍ୟମାନ ହୋଇଥିଲା । ଚିକିତ୍ସା ବ୍ୟବସ୍ଥା ପରି ଏକ ସମ୍ବେଦନଶୀଳ ପ୍ରସଙ୍ଗ ରେ କିଭଳି ଶ୍ରୀମୁଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଦାୟିତ୍ବହୀନ ଭାବେ ଫାଟକ ବନ୍ଦ କରି ନିଶ୍ଚିତ ରହିଥିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସୂଚନାଯୋଗ୍ଯ କି ଆଜି ଦିବା ୧୧:୩୦ ରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ନବୋଦୟ ବିଦ୍ୟାଳୟରେ ଭର୍ତ୍ତି ନିମନ୍ତେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ସମୟରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩° ଛୁଉଁଛି ସରକାର କିପରି ମେଧାବୀ ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳି ପରିକ୍ଷା ସ୍ଥିର କରିଥିଲେ ବୋଲି ଅଭିଭାବକ ପ୍ରଶ୍ନ କରିବା ସହିତ କ୍ଷୋଭ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

20 + sixteen =